ଅନୁଗୁଳ: ହଷ୍ଟେଲ ଫି’କୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି କଲେଜ ଛାତ୍ରୀ । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଗ୍ରୀମ ଫି’ ଆଦାୟକୁ ବିରୋଧ କରି ରବିବାର ଅନୁଗୁଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଥିଲେ ହଷ୍ଟେଲରେ ରହୁଥିବା ବହୁ ଛାତ୍ରୀ। ସରକାରୀ ମହାବିଦ୍ୟାଳୟର ହଷ୍ଟେଲ ଅନ୍ତେବାସୀ ଅଭିଯୋଗ କରିଛନ୍ତି ଯେ, କରୋନା ଭଳି ସ୍ଥିତିରେ ଛାତ୍ରୀମାନଙ୍କ ପାଖରୁ ହଷ୍ଟେଲ କର୍ତ୍ତୃପକ୍ଷ ଅଗ୍ରୀମ ଫି’ ଆଦାୟ କରିବା ପାଇଁ ଚାପ ପକାଉଛନ୍ତି। ହଠାତ ଏମିତି ନିର୍ଦେଶ ଦେଲେ ଟଙ୍କା କେଉଁଠୁ ଆଣି ଫି’ ଭରିବେ ବୋଲି ପ୍ରଶ୍ନ କରିଥିଲେ ଆନ୍ଦୋଳନରତ ଛାତ୍ରୀ ।ସରକାରୀ ମହାବିଦ୍ୟାଳୟର ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ବାରମ୍ବାର ଫି’ ଆଦାୟ ପାଇଁ ତାଗିଦ୍ କରିବା ସହ ଫି’ ନ ଦେଲେ ପରୀକ୍ଷା ଦେଇପାରିବ ନାହିଁ ବୋଲି ଧମକ ଦେଉଛନ୍ତି। ଏହା ସହ ଅଗ୍ରୀମ ଫି’ ଦାଖଲ ନକଲେ ସେମାନେ ହଷ୍ଟେଲ ଛାଡି ପାରିବେ ନାହିଁ ବୋଲି ମଧ୍ୟ ସୁପରିଣ୍ଟେଣ୍ଡେଣ୍ଟ କହୁଛନ୍ତି। ତେଣୁ ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏହି ରାସ୍ତାରୋକ ପାଇଁ ରାସ୍ତାରେ ଗାଡିମଟର ଚଳାଚଳ କିଛି ସମୟ ପାଇଁ ବନ୍ଦ ରହିଥିଲା। ଘଟଣାସ୍ଥଳରେ ପୁଲିସ ଓ କଲେଜ କର୍ତ୍ତୃପକ୍ଷ ପହଞ୍ଚି ଆନ୍ଦୋଳନରତ ଛାତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା।
ହଷ୍ଟେଲ୍ ଫି ଛାଡ଼ ଦାବି
- Post published:April 19, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul