ତାଳଚେର: ତାଳଚେର ମେଡିକାଲ୍ କଲେଜକୁ ସରକାରୀ ପରିଚାଳନା ଦାବିରେ ପ୍ରଶାସନିକ ସ୍ତରରେ ଆଲୋଚନା ନ କରି ସରକାରୀ ବିଜ୍ଞପ୍ତି ପ୍ରକାଶ କରିବାକୁ ଆଜି କଲେଜ୍ କ୍ରିୟାନୁଷ୍ଠାନ କମିଟି ଦାବି କରିଛି। ସ୍ଥାନୀୟ ବଡଯୋରଡା ସ୍ଥିତ ହନୁମାନ ବାଟିକା ପରିସରରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି।
ଏଥିରେ ଆସନ୍ତା ଜୁଲାଇ ୪ ତାରିଖ ଠାରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧକୁ ସଫଳ କରିବା ପାଇଁ ଆଲୋଚନା ହୋଇଥିଲା। କମିଟିର ଆବାହକ ପଦ୍ମଚରଣ ସାମଲଙ୍କ ଆବାହକତ୍ୱରେ ଏହି ବୈଠକରେ କଳମଛୁଇଁ, କୁମୁଣ୍ଡା, ଗୋପାଳପ୍ରସାଦ, କର୍ଣ୍ଣପୁର, ଡଅଁରା, ବଡଯୋରଡା, ଗୋବରା ପଞ୍ଚାୟତର ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ। ଧୂଳି ଧୂଆଁର ସହର ତାଳଚେରରେ ଦିନକୁ ଦିନ ସ୍ୱାସ୍ଥ୍ୟ ସେବା ଖରାପ ହେଉଛି। ଏଭଳି ସ୍ଥିତିରେ ମେଡିକାଲ୍ କଲେଜ୍ ସରକାରୀ ସ୍ତରରେ ପରିଚାଳନା ହେଲେ ଜିଲ୍ଲାବାସୀ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ନେତୃବୃନ୍ଦ କହିଥିଲେ।
ବୈଠକରେ ବଡଯୋରଡା ସରପଞ୍ଚ ଜିତେନ୍ ବେହେରା, ପୂର୍ବତନ ସରପଞ୍ଚ ବିଜୟ ବିଶ୍ୱାଳ ଓ ହିମାଂଶୁ ଶେଖର ସାହୁ, ସାର୍ତୁକ ପ୍ରଧାନ, ତୀର୍ଥବାସୀ ସାହୁ, ଚିନ୍ତାମଣି ସାହୁ, ବିଦେଶୀ ଦେହୁରୀ, ସୁଦର୍ଶନ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ, ତାଳଚେର ଜନବିକାଶ କଲ୍ୟାଣ ସଂଘର ସଭାପତି ଭୂପେନ୍ ଥମ୍ବ, ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରହଲାଦ ସାହୁ, ପ୍ରଦୀପ କୁମାର ପ୍ରଧାନ, ସୁକାନ୍ତ ଦାଶ, ଅଭୟ ପାଣି, ଜିତେନ୍ଦ୍ର ମହାପାତ୍ର, ରାକେଶ ଦେହୁରୀ, ବଳରାମ ବେହେରା, ପ୍ରସନ୍ନ ପ୍ରଧାନ, ଦୁଷ୍ମନ୍ତ ସାହୁ, ସରୋଜ ରାଉତ, ଭଗବାନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।