ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର କୁମ୍ଭାର ସାହି ଠାରେ ବିକାଶ ଫାଉଣ୍ଡେସନ ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁଅ ନିଶାନ୍ତ ପ୍ରଧାନ, ଝିଅ ନୈମିଶା ପ୍ରଧାନ, ଛେଣ୍ଡିପଦାର ବିଧାୟକ ଅଗସ୍ତି ବେହେରା, କେନ୍ଦ୍ରଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସୁଦୀପ ଗଡ଼ନାୟକ, ସାଂସଦଙ୍କ ବ୍ଲକ ପ୍ରତିନିଧି ବିଜୟ ମାଝୀ, ସରପଞ୍ଚ ସୁଦୀପ୍ତ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ପ୍ରସାଦ ବେହେରା, ବିଜେପି ସଂଯୋଜକ ଗୋପବନ୍ଧୁ ଗଡ଼ନାୟକ, ଆଇଟି ସେଲ୍ ସଂଯୋଜକ ଅକ୍ଷୟପାଦ ବେହେରା, ଜଗଦୀଶ ସାହୁ, ଯୁଗଳ କିଶୋର ଦେହୁରୀ ପ୍ରମୁଖ ଯୋଗ ଦେଇ ଶତାଧିକ ଅସହାୟଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଥିଲେ।
ଶୀତ ଋତୁରେ ଅସହାୟ ଲୋକମାନେ ଶୀତବସ୍ତ୍ର କିଣିବାରେ ଅସମର୍ଥ ହୋଇଥାନ୍ତି, ଯାହା ସେମାନଙ୍କ ଜୀବନକୁ ଅତ୍ୟନ୍ତ କଷ୍ଟଦାୟକ କରିଦିଏ। ଏହି ପରିସ୍ଥିତିକୁ ଅନୁଭବ କରି ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ କମ୍ବଳ ଓ ଲୁଗା ପ୍ରଦାନ କରାଯାଉଛି ବୋଲି ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ଠାକୁର ପ୍ରଧାନ ସୂଚନା ଦେଇଛନ୍ତି।











