ତାଳଚେର ମେଡିକାଲ୍ କଲେଜ୍‌କୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ କରିବାକୁ ଦାବି: ଆସନ୍ତା ୨୯ ରେ ଗଣଧାରଣା

You are currently viewing ତାଳଚେର ମେଡିକାଲ୍ କଲେଜ୍‌କୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ କରିବାକୁ ଦାବି: ଆସନ୍ତା ୨୯ ରେ ଗଣଧାରଣା

ଅନୁଗୁଳ: ତାଳଚେର ମେଡିକାଲ୍ କଲେଜ୍ ଆଣ୍ଡ ହସ୍‌ପିଟାଲ୍‌କୁ ସରକାରୀ ପରିଚାଳନାରେ କାର୍ଯ୍ୟକାରୀ କରିବା ଦାବିରେ ଆସନ୍ତା ୨୯ ତାରିଖ ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଆୟୋଜିତ ହେବ। ରବିବାର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଆୟୋଜିତ ଆଲୋଚନା ସଭାରେ ଏହି ନିଷ୍ପତ୍ତି ହୋଇଛି। ସମିତିର ଆବାହକ ପଦ୍ମ ଚରଣ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ତାଳଚେର ଉପଖଣ୍ଡର ବିଭିନ୍ନ ସଂଗଠନ, ଅନୁଷ୍ଠାନ, ଗ୍ରାମ କମିଟି ସଭାପତି, ସଂପାଦକ, ସଦସ୍ୟ ଓ ବିଶିଷ୍ଟ ବ୍ୟକ୍ତିମାନେ ଅଂଶ ଗ୍ରହଣ କରିଥିଲେ।

ଏହି ସଭାରେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି। ଏହି କମିଟିର ପରିଚାଳନା ଓ ସଂଯୋଜନା ଦାୟିତ୍ୱ ପଦ୍ମ ଚରଣ ସାମଲ, ସନ୍ତୋଷ ସାହୁ, ଦିଗାମ୍ବର ଗଡନାୟକ, କେଶବ ଭୂତିଆ, ଭୁପେନ୍ ଥମ୍ବ, ବିନୋଦ ଲାଲ୍‌, ଭଗବାନ ପ୍ରଧାନ, ସରୋଜ ଧର, ଗିତିଶ ପ୍ରଧାନ, ବିଭୂତି ସାହୁ, ସୁନୀଲ ବିଶ୍ୱାଳ, ରଣଜିତ ମହାପାତ୍ର, ଉର୍ମିଳା ଦେହୁରୀ, ମାନସୀ ସ୍ୱାଇଁ, ସରୋଜୀନୀ ବେହେରା, ଜେମାମଣି ନାଏକ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ତିଳକ ଭୂଷଣ ନାଏକ, ବାଉରୀବନ୍ଧୁ ବେଜ୍‌, ପ୍ରଫୁଲ୍ଲ ନାୟକ, ଅଭୟ ପାଣି, କୁମର ସାହୁ, ବିଭୂତି ବିଶ୍ୱାଳ, ପ୍ରେମାନନ୍ଦ ମହାନ୍ତି, ଦ୍ରୁମଦ ପ୍ରଧାନ, ଜୟସେନ୍ ମେହେରଙ୍କୁ ଦିଆଯାଇଛି। ୨୯ ତାରିଖ ଦିନ ଆୟୋଜିତ ହେବାକୁ ଥିବା ଗଣଧାରଣରେ ସହରର ଲୋକମାନଙ୍କୁ ଯୋଗ ଦେବାକୁ ନିବେଦନ କରାଯାଇଛି। ଏହି ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି l

Share

Leave a Reply