ଦକ୍ଷତା ବିକାଶ କେନ୍ଦ୍ର ଖୋଲିବାକୁ ଦାବି

You are currently viewing ଦକ୍ଷତା ବିକାଶ କେନ୍ଦ୍ର ଖୋଲିବାକୁ ଦାବି

ଅନୁଗୁଳ: ଭାରତୀୟ ମଜଦୂର ସଙ୍ଘ (ବିଏମଏସ) ସଂଲଗ୍ନ କୋଇଲା ଉଦ୍ୟୋଗ ମହାସଂଘ ଅଖିଳ ଭାରତୀୟ ଖଦାନ ମଜଦୂର ସଙ୍ଘର (ଏବିକେଏମଏସ) କେନ୍ଦ୍ରୀୟ ନେତୃବୃନ୍ଦ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସ ଭବନରେ ସାକ୍ଷାତ କରି ଦେଶର କୋଇଲା ଖଣି ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଓ ବିଦ୍ୟାଳୟ ପରିଚାଳନା ସମ୍ବନ୍ଧରେ ଆଲୋଚନା କରିଥିଲେ। ଠିକା ଶ୍ରମିକ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ, ଖଣି ଅଞ୍ଚଳରେ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲାଗୁ, କୋଇଲା ଖଣିର କ୍ଷତିଗ୍ରସ୍ତ ପ୍ରଜା ମାନଙ୍କ ବେକାରୀ ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶ ଓ ଥଇଥାନ ବ୍ୟବସ୍ଥା, ଖଣି ଅଞ୍ଚଳ ମାନଙ୍କରେ କାର୍ଯ୍ୟରତ ଶିକ୍ଷିତ ଯୁବତୀ ଶ୍ରମିକ ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସମ୍ମୁଖରେ ଦାବି ଉପସ୍ଥାପନ ସହ ତାଳଚେରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ଦାବି କରିଥିଲେ। କୋଇଲା ଉଦ୍ୟୋଗ ମହାସଂଘର ସାଧାରଣ ସମ୍ପାଦକ ସୁଧୀର କୁମାର ଘୁରଡ଼େ ଏବଂ ଏମ୍‌ସିଏଲ୍ ବିଏମଏସର ପ୍ରଭାରୀ ଅରୁଣ କୁମାର ପ୍ରଧାନଙ୍କ ସହିତ ସଂଘର ଅନ୍ୟ ସଦସ୍ୟମାନେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା କରିଥିଲେ।

Share

Leave a Reply