ଅନୁଗୁଳ: ଅନୁଗୁଳ ହୁଲୁରିସିଂହା ଗ୍ରାମର ଦୀପକ କୁମାର ପ୍ରଧାନ(୩୬)ଙ୍କ ଗୁରୁବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଆର୍ପିଏଫ୍ କନେଷ୍ଟବଳ ଥିବା ଦୀପକ ଗୁରୁବାର ରାତିରେ ନିଜ ବାସଭବନରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନୁଗୁଳ ଥାନା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଦ୍ଧ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ହୁଲୁରିସିଂହା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱର୍ଗତ ପ୍ରଧାନ ଅବିବହିତ ଥିବା ବେଳେ ନମ୍ର, ମେଳାପି, ପରେପକାରୀ ଯୁବକ ଭାବେ ପରିଚିତ ଥିଲେ।
ଆର୍ପିଏଫ୍ କନେଷ୍ଟବଳଙ୍କ ଅକାଳ ବିୟୋଗ
- Post published:May 29, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul

