ଅନୁଗୁଳ : ଅନୁଗୁଳ ବ୍ଲକ୍ ବଡକେରା ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଅବନ୍ତୀ ସାହୁଙ୍କର ଗତ ୨୯ ତାରିଖ ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଅନୁଗୁଳ ବଜାରପଡ଼ାସ୍ଥିତ ବାସଭବନରେ ସପରିବାର ରହୁଥିବା ବେଳେ ମାସକ ତଳେ ମସ୍କିଷ୍କାଘାତର ଶିକାର ହୋଇଥିଲେ । ଘରେ ଚିକିତ୍ସାଧୀନ ଥିବା ବେଳେ ଗତ ଗୁରୁବାର ସନ୍ଧ୍ୟାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ହଠାତ୍ ଅବନତି ଦେଖାଦେଇଥିଲା। ତୁରନ୍ତ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। କରଡ଼ାଗାଡ଼ିଆ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଅନ୍ତିମଶଯ୍ୟା ନିକଟରେ ତାଙ୍କର ସ୍ଵାମୀ ବରିଷ୍ଠ ଆଇନ୍ଜୀବୀ ସୁଦାମ ଚରଣ ସାହୁଙ୍କ ସମେତ ପୁଅବୋହୂ, ଝିଅଜ୍ବାଇଁ, ନାତିନାତୁଣୀ ଓ ଆତ୍ମୀୟ ଲୋକ ଉପସ୍ଥିତ ଥିଲେ। ଶ୍ରୀମତୀ ସାହୁ ୧୯୮୯ ମସିହାରେ ଅନୁଗୁଳ କଲେଜପଡ଼ା ଉଚ୍ଚ ପ୍ରାଥମିକ ସ୍କୁଲରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ପରେ ବଜାରପଡ଼ା ପ୍ରାଥମିକ ସ୍କୁଲ, ଟାଉନ୍ ସିନିୟର୍ ବେସିକ୍ ସ୍କୁଲ, ଚନ୍ଦ୍ରବାହାଳ ଉଚ୍ଚ ପ୍ରାଥମିକ ସ୍କୁଲ, ବଡ଼କେରା ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରି ୨୦୧୩ ମସିହାରେ ଅବସର ଗ୍ରହଣ କରିଥିଲେ ।
ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀଙ୍କ ପରଲୋକ
- Post published:May 3, 2021
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ
- Post comments:0 Comments
- Post author:Angul TV Bureau

Tags: Angul