୨ ଅସହାୟ ମହିଳାଙ୍କୁ ଉଦ୍ଧାର କରି ମିଶନ ଆଶ୍ରାରେ ଥଇଥାନ କଲା ପ୍ରଶାସନ

You are currently viewing ୨ ଅସହାୟ ମହିଳାଙ୍କୁ ଉଦ୍ଧାର କରି ମିଶନ ଆଶ୍ରାରେ ଥଇଥାନ କଲା ପ୍ରଶାସନ

ଆଠମଲ୍ଲିକ : ଆଠମଲ୍ଲିକ ସହର ଅଞ୍ଚଳରେ ବୁଲୁଥିବା ୨ ଜଣ ଅସହାୟ ମହିଳାଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ମିଶନ ଆଶ୍ରାରେ ଥଇଥାନ କରାଯାଇଛି। ସୂଚନା ମୁତାବକ, ଗତ କିଛିଦିନ ହେଲା ୨ ଜଣ ମହିଳା ଅସହାୟ ଅବସ୍ଥାରେ ସହରରେ ବୁଲୁଥିଲେ। ସେମାନଙ୍କ ଉପରେ ଯୁବ ସମାଜ ସେବୀ ଅବିନାଶ ଷଡଙ୍ଗୀ ଓ ସଲମାନ୍ ଖାଁଙ୍କ ନଜର ପଡିଥିଲା। ଉଭୟେ ୨ ମହିଳାଙ୍କୁ ଉଦ୍ଧାର କରିବାକୁ ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଉପଜିଲ୍ଲାପାଳ ଶ୍ରୀ ସୁନା ଏନେଇ ସ୍ଥାନୀୟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତରଙ୍ଗିନୀ ମିର୍ଦ୍ଧାଙ୍କୁ ଜଣାଇ ସେମାନଙ୍କୁ ଥଇଥାନ କରିବାକୁ କହିଥିଲେ।ଫଳରେ ସୋମବାର ପ୍ରଶାସନର ହସ୍ତକ୍ଷେପ ପରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ତାଳଚେର ସ୍ଥିତ ମିଶନ ଆଶ୍ରାକୁ ସ୍ଥାନାନ୍ତର କରାଯାଇଛି। ସଂକୀର୍ତ୍ତନ ମେଣ୍ଡୁଳୀ ନାମକ ସ୍ବେଚ୍ଛାସେବୀ ସଂସ୍ଥା ସେମାନଙ୍କୁ ଛାଡିବା ପାଇଁ ଯାଇଥିବା ଜଣାଯାଇଛି। ଉଦ୍ଧାର କାର୍ଯ୍ୟରେ ପୂର୍ବତନ ଯବାନ ରାମ ପ୍ରସାଦ ତ୍ରିପାଠୀ, ବାବୁ ଖାଁ, ସୁଜିତ ଆଠଜୁଆଳି ଓ ନିଲୁ ସାହୁ ପ୍ରମୁଖ ସାହାଯ୍ୟ କରିଥିଲେ।

Share

Leave a Reply