କରଡ଼ାବଣି ସାହିରେ ବିକାଶ ଅପହଞ୍ଚ: ସରପଞ୍ଚ କହିଲେ- ପଇସା ଦିଅ, ରାସ୍ତା ନିଅ

You are currently viewing କରଡ଼ାବଣି ସାହିରେ ବିକାଶ ଅପହଞ୍ଚ: ସରପଞ୍ଚ କହିଲେ- ପଇସା ଦିଅ, ରାସ୍ତା ନିଅ

ଅନୁଗୁଳ: ସମସ୍ୟା ଘେରରେ ଅନୁଗୁଳ ଜିଲ୍ଲା ବଇଣ୍ଡା ପଞ୍ଚାୟତର କରଡ଼ାବଣି ସାହି। ଗାଁରେ ସମସ୍ୟା ମାଳମାଳ। ଗାଁରେ ଏବେ ବି ବିକାଶ ଅପହଞ୍ଚ। ନା ଅଛି ପକ୍କା ରାସ୍ତା। ନା ଅନ୍ୟ ସର୍ବନିମ୍ନ ସୁବିଧା। ମୌଳିକ ସୁବିଧା ବି ଏଠାକାର ବାସିନ୍ଦାଙ୍କ ପାଇଁ ସାତସପନ।
ତେବେ ଗାଁକୁ ରାସ୍ତା କରିବାକୁ ସ୍ଥାନୀୟ ସରପଞ୍ଚ ସସ୍ମିତା ସାହୁଙ୍କୁ ଗ୍ରାମବାସୀ ଅନୁରୋଧ କରିଥିଲେ। କିନ୍ତୁ ସରପଞ୍ଚ ତାଙ୍କୁ ବିଚିତ୍ର ଉତ୍ତର ଦେଇଛନ୍ତି। ସରପଞ୍ଚ କହିଛନ୍ତି, ତୁମେ ମୋତେ ଭୋଟ ଦେଇନାହଁ। ଏଣୁ ପଇସା ଦିଅ ରାସ୍ତା ନିଅ ବୋଲି ସରପଞ୍ଚ କହିଛନ୍ତି। ଏନେଇ ଗ୍ରାମବାସୀ ସୂଚନା ଦେବା ସହ ସରପଞ୍ଚଙ୍କ ଏଭଳି ବ୍ୟବହାରକୁ ବିରୋଧ କରିଛନ୍ତି। ସରପଞ୍ଚଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ପୂରା ଗ୍ରାମବାସୀ।

Share

Leave a Reply