ପ୍ରତାରଣା ପାଇବା ପରେ ନ୍ୟାୟ ପାଇଁ ୫ ଦିନ ହେଲା ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଛନ୍ତି ବିବାହିତା ପ୍ରେମିକା

0

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଭାଲିଆବେଡ଼ା ଗାଁରେ ପ୍ରତାରଣାର ଶିକାର ହୋଇ ଅଭିଯୁକ୍ତ ଘର ସାମ୍ନାରେ ଧାରଣାରେ ବସିଛନ୍ତି ବିବାହିତା ମହିଳା। ତାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇ ପରେ ଛାଡ଼ି ଦେଇଥିବା ସେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ସେହି ଗାଁର ମିତାରାଣୀ ସାହୁ ୧୯ ବର୍ଷ ତଳେ ଭୁବୁନି ସାହୁଙ୍କୁ ବିବାହ କରି ନିଜ ପରିବାର ସହ ରହୁଥିଲେ। ମିତାରାଣୀଙ୍କ ଅଭିଯୋଗ ଅନୁସାରେ, ଗତ ମେ’ ୭ ତାରିଖ ରାତିରେ ସେ ରାତିରେ ବାହାରକୁ ପରିସ୍ରା ଆସିଥିବା ବେଳେ ଗାଁର ବିବାହିତ ପୁରୁଷ ସୁକାନ୍ତ ସାହୁ(୪୦) ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ଭୁବନେଶ୍ୱର ଚାଲି ଆସିଥିଲା। ସୁକାନ୍ତ ତାଙ୍କୁ ଡୁମୁଡୁମା ଅଞ୍ଚଳର ଏକ ଭଡ଼ା ଘରେ ରଖିଥିଲେ। ତେବେ ଗତ ନଭେମ୍ବର ୧୦ ତାରିଖରେ ତାଙ୍କୁ ମାଡ଼ ମାରି ସୁକାନ୍ତ ସେଠାରୁ ଛାଡ଼ି ଚାଲି ଆସିଥିଲେ। ଚେତା ଫେରିବା ପରେ ଘର ଭିତରେ କେହି ଚିତ୍କାର କରୁଥିବା ଶୁଣି ଘଟଣାର ପରଦିନ ତାଙ୍କୁ ଘର ମାଲିକ ଓ ପଡ଼ୋଶୀ ଉଦ୍ଧାର କରିଥିଲେ। ଘର ମାଲିକ ମିତାରାଣୀଙ୍କୁ ତାଙ୍କ କରଡ଼ାଖମଣ ଗାଁରେ ରହୁଥିବା ଦାଦାଙ୍କ ଘରେ ଆଣି ଛାଡିଥିଲେ।

ଏ ନେଇ ନଭେମ୍ବର ୩ ତାରିଖରେ ସେ ରେଙ୍ଗାଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଚଳାଇଛି। ଅଭିଯୋଗକୁ ଏକ ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ସୁକାନ୍ତର କୌଣସି ପତ୍ତା ପାଉନି ପୋଲିସ। ଫେରାର ସୁକାନ୍ତକୁ ଗିରଫ ଦାବିରେ ମିତାରାଣୀ ୫ ଦିନ ହେଲା ତାଙ୍କ ଘର ଆଗରେ ଧାରଣାରେ ବସିଛନ୍ତି।

Leave A Reply

Your email address will not be published.

error: Content is protected !!