ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଠିକା ଶ୍ରମିକଙ୍କ ମୃତ୍ୟୁ, ଶବ ରଖି ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଲେ ପରିବାର

You are currently viewing ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଠିକା ଶ୍ରମିକଙ୍କ ମୃତ୍ୟୁ, ଶବ ରଖି ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଲେ ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ତପନ କୁମାର ଦେହୁରୀଙ୍କର ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଣୁ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ପ୍ଲାଣ୍ଟ ସମ୍ମୁଖରେ ଶବ ରଖି ଧାରଣା ଦେଇଛନ୍ତି। କାର୍ଯ୍ୟରତ ଠିକା ଶ୍ରମିକଙ୍କ ଶ୍ରମିକ ସଙ୍ଗଠନ ସମନ୍ୱୟ କମିଟି ହସ୍ତକ୍ଷେପ କରି ନାଲକୋ ପ୍ରଶାସନ ନିକଟରେ ଆନ୍ଦୋନକାରୀଙ୍କ ଦାବି ଉପସ୍ଥାପନ କରିଥିଲେ। ପରେ କର୍ପୋରେଟ ମ୍ୟାନେଜମେଣ୍ଟ ସହ ଆଲୋଚନା କରି ମୃତକଙ୍କ ପରିବାରଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା।

ଆଲୋଚନାରେ ସମନ୍ୱୟ କମିଟି ସଭାପତି ବାବୁଲି ସେଠୀ, ସାଧାରଣ ସମ୍ପାଦକ ଅନିଲ କୁମାର ବରାଳ, ସମ୍ପାଦକ ବିନୟ ପାତ୍ର, ଦୀପକ ଦାସ, କୋ-ଅଡିନେଟର ପ୍ରସନ୍ନ ମହାନ୍ତି, କଣ୍ଟ୍ରାକ୍ଟର ଆସୋସିଏସନ ସଭାପତି ରଞ୍ଜନ ଜେନା, ସମାଜ ସେବୀ ବିପ୍ଳବ ଜେନା ଅଂଶଗ୍ରହଣ କରିଥିଲେ। ସେହିପରି ନାଲକୋ ପ୍ରଶାସନ ପକ୍ଷରୁ ଆଶିଷ ସାହୁ, ଅଭିଷେକ ପାଢ଼ୀ ଉପସ୍ଥିତ ରହି ଆଲୋଚନା କରିଥିଲେ।

ପ୍ରକାଶ ଯେ ଦୀର୍ଘ ବର୍ଷ ଧରି ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ କାର୍ବନ ଏରିଆ ମେକାନିକାଲ ବିଭାଗରେ କାର୍ଯ୍ୟ କରୁଥିଲେ।

Share

Leave a Reply