ଧର୍ମପରାୟଣ ମହିଳାଙ୍କ ପରଲୋକ

You are currently viewing ଧର୍ମପରାୟଣ ମହିଳାଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ପୋକତୁଙ୍ଗା ଗାଁର ମାୟାଧର ସାହୁଙ୍କ ପତ୍ନୀ ବଛା ସାହୁଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ ୪ ବର୍ଷରୁ ଊର୍ଦ୍ଧ୍ବ କାଳ ହେଲା ଶଯ୍ୟାଶାୟୀ ଥିଲେ।ଏ ଖବର ପ୍ରଚାରିତ ହେବାପରେ ପୋକତୁଙ୍ଗା ବାସଭନରେ ଶେଷ ଦର୍ଶନ ପାଇଁ ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଛବି ମୋହନ ସାହୁ, ଅନୁଗୁଳ ଅଗ୍ରଣୀ ସେବା ସାଂସ୍କୃତିକ ଅନୁଷ୍ଠାନର ସଭାପତି ତଥା ଅନୁଗୁଳ ଓକିଲ ସଂଘର ପୂର୍ବତନ ସଭାପତି ଭୁପେଶ ଚନ୍ଦ୍ର ପ୍ରଧାନ, ପ୍ରତିଷ୍ଠିତ ବ୍ୟବସାୟୀ ରାଜକୁମାର ଅଗ୍ରୱାଲ, ସାମ୍ବାଦିକ ଜଳଧର ପ୍ରଧାନ, ରାକେଶ ସାମଲ, ପତିତପାବନ ସାହୁ, ଅନିଲ କୁମାର ପ୍ରଧାନ, ଦିନେଶ ଦେହୁରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏକ ଶୋଭାଯାତ୍ରାରେ ତାଙ୍କର ମରଶରୀରକୁ ନିଆଯାଇ ଗାଁ ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିଲା। ଏକମାତ୍ର ପୁଅ ମନୋରଞ୍ଜନ(ମୁନା) ମୁଖାଗ୍ନି ଦେଇଥିଲେ। ଜଣେ ଧର୍ମପରାୟଣା, ଅମାୟିକ ତଥା ମିଷ୍ଟଭାଷୀ ମହିଳା ଭାବେ ପରିଚିତ ସ୍ବର୍ଗତ ସାହୁଙ୍କ ବିୟୋଗରେ ପୋକତୁଙ୍ଗା, ତୁରଙ୍ଗ ଗାଁ ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share

Leave a Reply