ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ହେମଶୁରପଡ଼ା ନିବାସୀ ସ୍ଵର୍ଗତ କିଶୋରୀ ଦାସଙ୍କ ଧର୍ମପତ୍ନୀ ମୀନା ଦାସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଅନ୍ତିମଶଯ୍ୟା ନିକଟରେ ଝିଅ ଜ୍ବାଇଁ,ପୁତ୍ର ପୁତ୍ରବଧୂ ପ୍ରମୁଖ ଉପସ୍ଥିତ ଥିଲେ। ଜଣେ ପରୋପକାରୀ,ଧର୍ମପରାୟଣ ମହିଳା ଭାବେ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ।ଶ୍ରୀମତୀ ଦାସଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।