୪ ମାସ ହେଲା ଦରମା ନ ମିଳିବାରୁ ଧାରଣା ଦେଲେ ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟର ଠିକା କର୍ମଚାରୀ, ମୁଖ୍ୟମନ୍ତ୍ରୀଙ୍କୁ କଲେ ଟ୍ୱିଟ୍
ତାଳଚେର : ୪ ମାସ ଧରି ଦରମା ନ ମିଳିବାରୁ ମଣ୍ଡାପାଳ ଚିକିତ୍ସାଳୟରେ ମେଡ଼ିକାଲ ଠିକା କର୍ମଚାରୀ ଧାରଣାରେ ବସିଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ନିଯୁକ୍ତ ଏହି ଠିକା କର୍ମଚାରୀମାନେ ଦରମା ନ ପାଇ ମଧ୍ୟ ଡ଼୍ୟୁଟି କରୁଛନ୍ତି। ୪ ମାସ ହେବ ଦରମା ପାଇ ନଥିବାରୁ ସେମାନେ କଷ୍ଟରେ କାଳାତିପାତ କରୁଥିବା ନେଇ ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟ ଚିକିତ୍ସାଧିକାରୀଙ୍କୁ ଜଣାଇଛନ୍ତି । ସେମାନଙ୍କୁ ପ୍ରତ୍ୟେକ ମାସରେ ନିୟମିତ ଦରମା ପ୍ରଦାନ କରିବାକୁ କାର୍ଯ୍ୟରତ ଠିକା କର୍ମଚାରୀମାନେ ଜଣାଇଛନ୍ତି।
ଏହି ଧାରଣାରେ ଠିକା କର୍ମଚାରୀ ସାବିତ୍ରୀ ସାହୁ, ନନ୍ଦିନୀ ବାରିକ, ରଶ୍ମିତା ସାହୁ, ରୁନୁବାଳା ସାହୁ, ବାସନ୍ତୀ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।
ଏ ନେଇ ସେମାନେ ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ସେମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ, 5ଟି, ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗଙ୍କୁ ମଧ୍ୟ ଟ୍ୱିଟ କରି ଜଣାଇଛନ୍ତି।