ହାତୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପରିବାରକୁ ଭେଟିଲେ ଢେଙ୍କାନାଳ ସାଂସଦ, ପ୍ରଦାନ କଲେ ଲୁଗାପଟା ଓ ରାସନ ସାମଗ୍ରୀ

0

ଅନୁଗୁଳ : ଅନୁଗୁଳ ବ୍ଲକ ପୁରୁଣାକୋଟ ପଞ୍ଚାୟତର ଛୋଟକେଇ ଗ୍ରାମରେ ପାଞ୍ଚ ଦିନ ପୂର୍ବେ ହାତୀ ଆକ୍ରମଣରେ ମୃତ ସତ୍ୟ ଧଳ (୫୫)ଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ସତ୍ୟ କ୍ଷେତ ଜଗିବା ପାଇଁ ଗଛ ଉପରେ ମଞ୍ଚରେ ଥିବା ବେଳେ ହାତୀ ମଞ୍ଚରୁ ଆଣି ଦଳି ମାରି ଦେଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ କ୍ରମେ ତାଙ୍କ ପ୍ରତିନିଧି ଭାବେ ଶ୍ରୀ ପାଣି ମୃତକଙ୍କ ବାସ ଭବନରେ ପହଞ୍ଚି ସମବେଦନା ଜଣାଇଛନ୍ତି।

ଢେଙ୍କାନାଳ ସାଂସଦ ଶ୍ରୀ ପାଣି ସତ୍ୟଙ୍କ ପରିବାରଙ୍କୁ ବ୍ୟକ୍ତିଗତ ଭାବେ ଆର୍ଥିକ ସାହାଯ୍ୟ ସହ ବିଜେପି ପକ୍ଷରୁ ଲୁଗା ପଟା ଓ ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ସରକାରଙ୍କ ତରଫରୁ ତାଙ୍କୁ ୬୦ ହଜାର ଟଙ୍କା ଦିଆଯାଇଥିବା ବେଳେ ଆଉ ୫ ଲକ୍ଷ ୪୦ ହଜାର ଟଙ୍କା ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ଘୋଷଣା ପତ୍ର ମୃତକଙ୍କ ପୁଅ ଶରତ ଧଳଙ୍କୁ ପ୍ରଦାନ କରାଯାଇଛି। ଏଥିସହ ମୃତକଙ୍କ ବିଧବା ପତ୍ନୀଙ୍କୁ ନିକଟସ୍ଥ ଇକୋ ଟୁରିଜିମ ସେଣ୍ଟରରେ ଅନୁକମ୍ପା ମୂଳକ ନିଯୁକ୍ତି ଦିଆଯିବ ବୋଲି ଡିଏଫଓ କହିଥିଲେ।

ସାଂସଦଙ୍କ ସହ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ, ସାତକୋଶିଆ ଡିଏଫଓ ସରୋଜ ପଣ୍ଡା, ବିଜେପି ସାତକୋଶିଆ ମଣ୍ଡଳ ସଭାପତି ଅନନ୍ତ ବାସୁଦେବ ମହାନ୍ତି, ବିଶ୍ୱଜିତ ମିଶ୍ର, କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ ବ୍ଲକ ପ୍ରତିନିଧି ଆଡଭୋକେଟ ପ୍ରଦୀପ ପ୍ରଧାନ, ଝୁନୁବାଳା ପ୍ରଧାନ, ପ୍ରଭାତ ମିଶ୍ର, ସତ୍ୟ ଖିଲାର, ବନମାଳୀ ଧଳ, ଦୀପକ ଦାସ, ବିରେନ ଦାସ, ଅରବିନ୍ଦ ଦାସ, ଲିଟନ ସାହୁ, ବିକ୍ରମ ବେହେରାଙ୍କ ସମେତ ଶତାଧିକ ବିଜେପି କର୍ମୀ ଓ ବନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!