ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗ ଦେଇଛନ୍ତି ବିଧାୟକ ଅଗସ୍ତି ବେହେରା। ଏ ଅବସରରେ ଡାକ୍ତରଖାନାର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରାଯାଇଛି।
ବୈଠକରେ ବିଧାୟକ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉତ୍ତମ ଖାଦ୍ୟ, ଜରୁରୀ ସେବା, ଡାକ୍ତରଖାନା ପରିସରକୁ ପରିଷ୍କାର ରଖିବା ସହ ପାନୀୟ ଜଳ, ବିଦ୍ୟୁତ୍ ସେବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ଏଥିସହ ବିଭାଗୀୟ ଅଧିକାରୀଙ୍କୁ ସମସ୍ତ କାର୍ଯ୍ୟକୁ ଗମ୍ଭୀରତା ସହ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରୋଗୀଙ୍କୁ ତୁରନ୍ତ ସେବା ଯୋଗାଇବା ସହ ଉତ୍ତମ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ।
ବୈଠକରେ ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମୁରା, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଯଶୋବନ୍ତ ପ୍ରସାଦ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ସରପଞ୍ଚ ସୁଦୀପ୍ତ ପ୍ରଧାନ, ଗୋପବନ୍ଧୁ ଗଡ଼ନାୟକ, ଅକ୍ଷୟ ପାଦ ବେହେରା ଏବଂ ଡକ୍ଟର ମହାମିଳନ ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ।











