ସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ: ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

You are currently viewing ସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ: ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସିରିଗିଡ଼ା ଗାଁରେ ଡାଇରିଆ ଆତଙ୍କ। ଗାଁର ପାଖାପାଖି ୧୦ଟି ପରିବାରର ୩୦ ଜଣ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଗୋଡ଼ିବନ୍ଧ ଡାକ୍ତରଖାନାରେ ପାଞ୍ଚରୁ ସାତଜଣ ରୋଗୀ ପହଞ୍ଚିଛନ୍ତି। ଗାଁରେ ଚାରିଜଣିଆ ଡାକ୍ତରୀ ଟିମ୍ ପହଞ୍ଚି ସ୍ଥିତି ପରଖିଛନ୍ତି।

ଏଥିସହ ଜନସ୍ୱାସ୍ଥ୍ୟ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପାଣିର ନମୁନା ସଂଗ୍ରହ କରିବା ସହ ଗାଁରେ ଥିବା ଆକ୍ରାନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଛନ୍ତି। ଖବର ପାଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଗାଁରେ ପହଞ୍ଚି ସ୍ଥିତି ପରଖିବା ସହ ଆକ୍ରାନ୍ତଙ୍କୁ କିଭଳି ଉତ୍ତମ ଚିକିତ୍ସା ମିଳିପାରିବ ସେ ନେଇ ଆଲୋଚନା କରିଥିଲେ। ତେବେ ଗାଁରେ ବ୍ୟବହାର କରୁଥିବା କୂଅ ଓ ନଦୀର ଦୂଷିତ ଜଳରୁ ଡାଇରିଆ ବ୍ୟାପିଥିବା ଆଶଙ୍କା କରାଯାଇଛି। ଡାକ୍ତରୀ ଟିମ୍ ସମସ୍ତ ଘଟଣା ଉପରେ ନଜର ରଖିଥିବା କହିଛି।

Share

Leave a Reply