ପୁଣି ମାତିଲେଣି ଡିକି ଲୁଟେରା, ଆଜି ଦିନ ଦ୍ବିପ୍ରହରରେ ଡିକି ଭାଙ୍ଗି ନେଇଗଲେ ଲକ୍ଷେ ଟଙ୍କା

You are currently viewing ପୁଣି ମାତିଲେଣି ଡିକି ଲୁଟେରା, ଆଜି ଦିନ ଦ୍ବିପ୍ରହରରେ ଡିକି ଭାଙ୍ଗି ନେଇଗଲେ ଲକ୍ଷେ ଟଙ୍କା

ତାଳଚେର: ଜିଲ୍ଲାରେ ପୁଣି ମାତିଲେଣି ଡିକି ଲୁଟେରା। ଆଜି ତାଳଚେର ହାଟତୋଟା ବଜାରର ଜନ ଗହଳିପୂର୍ଣ୍ଣ ସ୍ଥାନରୁ ନିମିଷକ ମଧ୍ୟରେ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ରେମୁଆଁ ଅଞ୍ଚଳର ବିଦୂସ କୁମାର ମାଝୀ ଥାନାରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବିଦୂସ ତାଳଚେର ଏସବିଆଇ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ମୋଟର ସାଇକେଲ ଡିକିରେ ରଖିଥିଲେ। ସେଠାରୁ ସେ ଏକ ହାର୍ଡୱେୟାର ଦୋକାନକୁ ଯାଇଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ତାଙ୍କ ଡିକି ଭାଙ୍ଗି ଟଙ୍କା ନେଇ ଚମ୍ପଟ ମାରିଥିଲେ। ବିଦୂସ ଆସି ଦେଖିବା ବେଳକୁ ଡିକି ଭଙ୍ଗା ଯାଇଛି ଓ ଟଙ୍କା ନାହିଁ। ଏହା ପରେ ସେ ସିସି ଟିଭିରେ ଯାଞ୍ଚ କରିଥିଲେ। ସିସି ଟିଭିରେ ଦେଖିଥିଲେ ଯେ ଜଣେ ଦୁର୍ବୃତ୍ତ ଡିକି ଭାଙ୍ଗି ଟଙ୍କା ନେଉଥିବା ବେଳେ ଅନ୍ୟ ଜଣେ ବାଇକରେ ଅପେକ୍ଷା କରିଥିଲେ। ପରେ ଉଭୟେ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏ ନେଇ ବିଦୂସ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଥିବା ଜଣାଯାଇଛି।

Share

Leave a Reply