ଅନୁଗୁଳ: ତୃତୀୟ ଥର ପାଇଁ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଦିନେଶ ପ୍ରଧାନ। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ପୁଣି ଥରେ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏହି ପଦ ପାଇଥିବାରୁ ସେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ ( ମୁଖ୍ୟାଳୟ ) ସଞ୍ଜୟ କୁମାର ଦାସବର୍ମା, ବରିଷ୍ଠ ପର୍ଯ୍ୟବେକ୍ଷକ ପ୍ରତାପ ଜେନା,ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲୀ, କୁନ ବିହାରୀ ଦାସ, ପ୍ରଣବ ବଳବନ୍ତରାୟ , ବ୍ୟୋମକେଶ ରାୟଙ୍କୁ ଧନ୍ୟବାଦ ଦେଇଛନ୍ତି।
ଦିନେଶ ଗତ ପଞ୍ଚାୟତ ନିର୍ବାଚନରେ ଅନୁଗୁଳ ବ୍ଲକର ଜିଲ୍ଲା ପରିଷଦ ଜୋନ ୨/ ୩/୪ ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ୧ ନଂ ଜୋନର ଦାୟିତ୍ୱ ସଫଳ ଭାବେ ନେଇଥିଲେ। ସେହିଭଳି ବଅଁରପାଳ ବ୍ଲକର ୨୫/ ୨୬ /୨୮ ଜୋନ ପାଇଁ ମଧ୍ୟ କଠିନ ପରିଶ୍ରମ କରି ସଫଳତା ଆଣିଥିଲେ।