ଭୁବନେଶ୍ବରରୁ ମାଲେସିଆକୁ ସିଧାସଳଖ ବିମାନ ସେବା ଆରମ୍ଭ, ସପ୍ତାହରେ ୩ ଦିନ କରିପାରିବେ ଯାତ୍ରା

0

ଭୁବନେଶ୍ୱର: ଏବେ ଭୁବନେଶ୍ୱରରୁ ମାଲେସିଆକୁ ଉଡ଼ିବ ବିମାନ। ଆଜିଠାରୁ ଭୁବନେଶ୍ବର ବିମାନବନ୍ଦରରୁ ମାଲେସିଆ କୁଆଲାଲମ୍ପୁର ବିମାନବନ୍ଦର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ବିମାନ ସଂସ୍ଥା ଏୟାର ଏସିଆ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ।

ସୂଚନା ଅନୁଯାୟୀ, କୁଆଲାଲମ୍ପୁରରୁ ବିମାନଟି ରାତି ୧୦ଟା ୧୦ରୁ ବାହାରି ଭୁବନେଶ୍ୱରରେ ରାତି ୧୧ଟା ୨୦ରେ ପହଞ୍ଚିବ । ଏହାପରେ ପୁଣି ଭୁବନେଶ୍ୱରରୁ ରାତି ୧୧ଟା ୫୦ରୁ ଉଡ଼ାଣ ଆରମ୍ଭ କରିବ। ସପ୍ତାହର ୩ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଏହି ସେବା ଉପଲବ୍ଧ ହେବ।

ତେବେ ପୂର୍ବରୁ ୨୦୧୭ରେ ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-କୁଆଲାଲମ୍ପୁର ମଧ୍ୟରେ ବିମାନ ଚଳାଚଳ ହେଉଥିଲା। ମାତ୍ର କୋଭିଡ୍‌ ସମୟରେ ଏହାକୁ ବନ୍ଦ କରାଯାଇଥିଲା, ଯାହା ପୁଣି ଆରମ୍ଭ ହେବାକୁ ଯାଉଛି। ଫଳରେ ପୁଣି ସିଧାସଳଖ ଭୁବନେଶ୍ବରରୁ ମାଲେସିଆ ବିମାନ ଯୋଗେ ସଂଯୋଗ ହେବ।

Leave A Reply

Your email address will not be published.

error: Content is protected !!