ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସ୍ଵାସ୍ଥ୍ୟ ସମସ୍ୟାର ସମାଧାନ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ତରଫରୁ ବୁଧବାର ଆଲୋଚନା କରାଯାଇଛି। ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହିତ ୧୨ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ସପ୍ତାହରେ ଦିନେ ଚିକିତ୍ସା ସେବା ଯୋଗାଉଥିବା କାର୍ଡିଓଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ୟୁରୋଲୋଜି, ଗ୍ରାଣ୍ଡ୍ରୋଲୋଜି ବିଶେଷଜ୍ଞ ଡାକ୍ତରଙ୍କ ପାଇଁ ସର୍ବନିମ୍ନ ୧୦୦ ଜଣ ରୋଗୀ ଦେଖିବା ବ୍ୟବସ୍ଥା କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପରସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜକୁ ଉନ୍ନୀତ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ନାଗରିକଙ୍କ ସାମଗ୍ରୀକ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ମାସରେ ଗୋଟିଏ ଦିନ ବ୍ୟବସ୍ଥା କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ଉପଖଣ୍ଡ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ମୁତାବକ ବିଶେଷଜ୍ଞ ଡାକ୍ତର, ନର୍ସ, କର୍ମଋରୀ ପଦ ପୂରଣ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେୟାର ସେଣ୍ଟରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ୍ କାର୍ଯ୍ୟକ୍ଷମ କରିବା, ଉଭୟ ଆଉଟ୍ ଡୋର ଓ ଇନ୍ଡୋରରେ ହେଲ୍ପ ଡେକ୍ସ କର୍ମଚାରୀ ନିଯୁକ୍ତି କରି ରୋଗୀମାନଙ୍କୁ ସହାୟତା ପାଇଁ ବ୍ୟବସ୍ଥା କରିବା, ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ ତୁରନ୍ତ କାର୍ଯ୍ୟକ୍ଷମ କରି ଜନସାଧାରଣଙ୍କୁ ମାଗଣା ସ୍ଵାସ୍ଥ୍ୟସେବା ଯୋଗାଇଦେବା ପ୍ରଭୃତି ଦାବି ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧ୍ଵକାରୀଙ୍କ ସହିତ ଆଲୋଚନା ହୋଇଥିଲା। ପ୍ରତିନିଧି ମଣ୍ଡଳୀରେ କମିଟିର ଆବାହକ ପ୍ରମୋଦ କୁମାର ପ୍ରଧାନ, ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ଅଭିମନ୍ୟୁ ସ୍ଵାଇଁ, ତୀର୍ଥବାସୀ ଭୋଇ, ରମେଶ ସାହୁ, ନିରୋଦ ପାଳ, ଅଶୋକ ପ୍ରଧାନ, ଦାମୋଦର ଦାସ, ତ୍ରିଲୋଚନ ଜେନା ପ୍ରମୁଖ ସାମିଲ ହୋଇଥିଲେ।
ସ୍ଵାସ୍ଥ୍ୟ ସମସ୍ୟାର ସମାଧାନ ନେଇ ଆଲୋଚନା
- Post published:November 11, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
