ଅନୁଗୁଳ: ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନଗୁଡିକର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନମାନଙ୍କ ସହ ଆଲୋଚନା କରି ଏକ ଲୋକାଭିମୁଖୀ ଖସଡ଼ା ପ୍ରସ୍ତୁତ କରିବା ଦିଗରେ ନାଲକୋ ପ୍ରଶିକ୍ଷଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତକୁମାର ତ୍ରିପାଠୀ ଆୟୋଜିତ ଦୁଇଦିନିଆ କର୍ମଶାଳାରେ ଯୋଗଦେଇଛନ୍ତି। କର୍ମଶାଳାରେ ୪୨ଟି ବୃହତ ଶିଳ୍ପସଂସ୍ଥାର କର୍ମକର୍ତ୍ତା ଯୋଗଦେଇ ସେମାନଙ୍କର ଶିଳ୍ପ ଅନୁଷ୍ଠାନ କିପରି ଚାଲିବ ଆବଶ୍ୟକ କଞ୍ଚାମାଲ, ଭିତ୍ତିଭୂମି, ପ୍ରଦୂଷଣ ପ୍ରମାଣପତ୍ର, ରାସ୍ତା ସଂଯୋଗ, ପାଚେରୀ, ନିରବଛିନ୍ନ ବିଦ୍ୟୁତ ଯୋଗାଣ, ରେଳ ସଂଯୋଗୀକରଣ, ପାନୀୟଜଳ ଯୋଗାଣ, ବିସ୍ଥାପିତଙ୍କୁ କ୍ଷତିପୂରଣ ଓ ଆନୁସଙ୍ଗିକ ସମସ୍ୟାର ସମାଧାନ ନିମନ୍ତେ ସେ ଆଲୋଚନା କରିଥିଲେ। ଏମସିଏଲ୍ ସହ ଅନ୍ୟ ୧୨ଟି ବେସରକାରୀ ଶିଳ୍ପ ଅନୁଷ୍ଠାନ ଜିଲାରେ ଖୁବ ଶିଘ୍ର କୋଇଲା ଉତ୍ତୋଳନ ଆରମ୍ଭ କରିବେ । ଏହି ଖଣି ସଂସ୍ଥାମାନେ କିପରି ଆନୁସଙ୍ଗିକ ସହାୟତା ପାଇପାରିବେ ସେ ଦିଗରେ କର୍ମଶାଳାରେ ଆଲୋଚନା ହୋଇଥିଲା । ଓଡ଼ିଶାରେ କୃଷି ବ୍ୟବସାୟକୁ ବୃଦ୍ଧି କରିବାକୁ ହେଲେ ଶିଳ୍ପ ଅନୁଷ୍ଠାନମାନଙ୍କର ସହଯୋଗ ଆବଶ୍ୟକ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। କହିଥିଲେ। ନୂଆ ଅନୁଷ୍ଠାନମାନଙ୍କରେ କିପରି ଦକ୍ଷ ଶ୍ରମିକ ନିୟୋଜିତ ହୋଇପାରିବେ ସେ ଦିଗରେ ମିଳିତ ଉଦ୍ୟମ କରିବାର ଆବଶ୍ୟକତା ରହିଥିବା ସେ ପ୍ରକାଶ କରିଥିଲେ । ଅନୁଗୁଳ ଓ ଢେଙ୍କାନାଳ ୨ ଜିଲାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଙ୍କୁ ଅଧିକ ସୁବିଧା ସୁଯୋଗ ଦେବା ନିମନ୍ତେ ଖୁବ ଶିଘ୍ର ପ୍ରତିଷ୍ଠା କରାଯିବ ଏମଏସଏମଇ ପାର୍କ। ଏବେ ୧୦୦ କୋଟି ଟଙ୍କା ବିନିମୟରେ ଢେଙ୍କାନାଳଠାରେ ଇଡ଼କୋ ପାର୍କର ନିର୍ମାଣ କାମ ଚାଲୁ ରହିଛି । ଜଳ ସମସ୍ୟାକୁ ଦୃଷ୍ଟିରେ ରଖ୍ ବ୍ରାହ୍ମଣୀ ନଦୀରେ ପ୍ରତିଷ୍ଠା ହେବ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ । ଶିଳ୍ପ ସଂସ୍ଥାମାନଙ୍କରୁ ନିର୍ଗତ ପାଉଁଶକୁ କୋଇଲା ଉତ୍ତୋଳନ ପରେ ସୃଷ୍ଟି ହେଉଥିବା ଗର୍ଭରେ ପକାଇବା ପାଇଁ ଏଥୁରେ ପ୍ରକାଶ କରାଯାଇଥିଲା। କର୍ମଶାଳାରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଯୋଗଦେଇ ଶିଳ୍ପ ଓ ଉଦ୍ୟୋଗଙ୍କ ସମସ୍ୟାକୁ ନେଇ ଆଲୋଚନା କରିଥିଲେ। ବିଭାଗୀୟ ଅଧିକାରୀମାନେ ସମ୍ମିଳିତ ଭାବେ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ଲୋକମାନଙ୍କ ଆବଶ୍ୟକତା ଅନୁସାରେ ପହଞ୍ଚାଇବା ପାଇଁ କହିଥିଲେ। ଜିଲାପାଳ ସିଦ୍ଧାର୍ଥଶଙ୍କର ସ୍ଵାଇଁ ଶିଳ୍ପ ଅନୁଷ୍ଠାନଗୁଡିକରେ ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକ ଆଣି ସେଗୁଡିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟ ପରାମର୍ଶଦାତା କହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲାପାଳ ଶ୍ରୀ ସ୍ଵାଇଁ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଓ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏଥିରେ ଢେଙ୍କାନାଳ ଜିଲାପାଳ ସରୋଜକୁମାର ସେଠି, ଇପିକଲ ଏବଂ ଇଡ଼କୋର ପରିଚାଳନା ନିର୍ଦେଶକ ଭୂପିନ୍ଦର ସିଂ ପୁନିଆ, ନାଲକୋର ନିର୍ବାହୀ ନିର୍ଦେଶକ ଶ୍ରୀଧର ପାତ୍ର, ଅତିରିକ୍ତ ଜିଲାପାଳ ରାଜସ୍ୱ ସନ୍ତୋଷକୁମାର ପ୍ରଧାନ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲୀ ପକୁମାର ସାହୁ, ଡେପୁଟି କଲେକ୍ଟର ବୈତୁରା ଦୀପ, ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ ଶିଳ୍ପ ସଂସ୍ଥାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଗୁରୁବାର ୧୫୦ଟି ଏମଏସଏମଇ ୟୁନିଟ କର୍ମଶାଳାରେ ଅଂଶଗ୍ରହଣ କରିବେ ।
୨ ଦିନିଆ ଅନୁଗୁଳ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା
- Post published:November 11, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul