ତାଳଚେର: ତାଳଚେର ଓକିଲ ସଂଘ ତରଫରୁ ମଧୁବାବୁ ସମ୍ମିଳନୀ କକ୍ଷରେ ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ମହିଳାଙ୍କ ସମ୍ପତ୍ତିଗତ ଅଧିକାର ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ତାଳଚେର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ରବୀନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବରିଷ୍ଠ ଓକିଲ ଦେବୀ ପ୍ରସାଦ ରଥ, ଅରୁଣ ଶଙ୍କର ମିଶ୍ର, ଯଦୁମଣି ସାହୁ, ହରେକୃଷ୍ଣ ପାତ୍ର, କୁମୁଦ ରଂଜନ ମିଶ୍ର, ଛବି କୁମାର ସାହୁ, ବାଉରୀବନ୍ଧୁ ବେଜ ପ୍ରମୁଖ ଯୋଗ ଦେଇ ଥିଲେ।
ହିନ୍ଦୁ ପରିବାରରେ ପୈତୃକ ସମ୍ପତ୍ତି ଉପରେ ମହିଳାଙ୍କ ଜନ୍ମଗତ ଅଧିକାର ଉପରେ ଅତିଥିମାନେ ଆଲୋଚନା କରିଥିଲେ। ହିନ୍ଦୁ ଉତ୍ତରାଧିକାରୀ ଆଇନ୍ ୧୯୫୬ ରେ ସଂଶୋଧନ ଆଣି ହିନ୍ଦୁ ଆମେଣ୍ଡମେଣ୍ଟ୍ ଆକ୍ଟ ୨୦୦୫ ହେବା ପରେ ହିନ୍ଦୁ ମହିଳାମାନେ କୋ-ପରସନର ଭାବରେ ପୁଅ ପରି ସମ୍ପତ୍ତିଗତ ଅଧିକାର ପାଇବା ପାଇଁ ହକ୍ଦାର ହୋଇଛନ୍ତି।
ଏଣିକି ହିନ୍ଦୁ ପୁଅ ଓ ଝିଅ ସମାନ ଅଧିକାର ପାଇଛନ୍ତି ବୋଲି ଅତିଥିମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ସହ ସଂପାଦକ ଚିନ୍ମୟ କୁମାର ରାୟ, ସାଂସ୍କୃତିକ ସଂପାଦକ ରାଜେନ୍ଦ୍ର ସିଂ ଡିଙ୍ଗରା, କୋଷାଧ୍ୟକ୍ଷ କରୁଣାକର ନାୟକ ଓ କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ କୁମାର ଦେବତା, ଅଖିଳ କୁମାର ସାମଲ, ଭଗବାନ ଓଝା, ରାଜେଶ କୁମାର ନନ୍ଦ, ଜମ୍ବେଶ୍ୱର ପଟ୍ଟନାୟକଙ୍କ ସମେତ ଓକିଲ ବିଶ୍ୱନାଥ ସାହୁ, ବେଣୁପାଣି ଆଚାର୍ଯ୍ୟ, ରଞ୍ଜିତ କୁମାର ଘୋଷ, ଯଶୋବନ୍ତ ବଳବନ୍ତ ନନ୍ଦ, ପ୍ରକାଶ ସାହୁ, ଅରବିନ୍ଦ କୁମାର ପଟ୍ଟାନାୟକ, ବିଦ୍ୟାଧର ସେଠୀ, ଅନୁକୂଳ ମହାନ୍ତି, ଦୀପକ କୁମାର ସାହୁ, ରଞ୍ଜନ କୁମାର ଘୋଷ, ବସନ୍ତ କୁମାର ଶତପଥୀ, ପ୍ରଭାତିନୀ ଆଚାର୍ଯ୍ୟ, ରେଣୁବାଳା ମିଶ୍ର, ଗଗନ ବିହାରୀ ବେହେରା, ଅର୍ଜୁନ ଭୂତିଆ, ପ୍ରଭାତ କୁମାର ମହାନ୍ତି, ହିମାଂଶୁ ଶେଖର ବାରିକ, ମାନସ ରାୟ, ରଂଜନ କୁମାର ରାଉତ, ସର୍ବେଶ୍ୱର ନାୟକ, ବିପୁଲ ବଳ, ନଖିଆ ସାହୁ, ମହମ୍ମଦ୍ ଏକବଲ୍, ବିରଂଚି ନାରାୟଣ ପ୍ରଧାନ, ପ୍ରସାଦ କୁମାର ଖିଲାର, ଜଗବନ୍ଧୁ ସାହୁ, ସଜନକାନ୍ତ ମହାରଣା, ରମେଶ ସାହୁ, ମନୋଜା ମଂଜରୀ ପ୍ରଧାନ, ରିସ୍ନା ମଞ୍ଜରୀ ସାହୁ, ସ୍ୱର୍ଣ୍ଣଲତା ଆଚାର୍ଯ୍ୟ, ସୁଚିସ୍ମିତା ମହାନ୍ତି, ଗୀତାରାଣୀ ମହନ୍ତ, ତନୁଜା ବେଗମ୍, ରବିନ୍ଦ୍ରନାଥ ସାମନ୍ତ, ପ୍ରଶାନ୍ତ କୁମାର ପ୍ରଧାନ, ଦେବାଶିଷ ଦାସ, ବାଉରୀବନ୍ଧୁ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଓକିଲମାନେ ଉପସ୍ଥିତ ଥିଲେ। ଶେଷରେ ସଂଘର ଉପସଭାପତି ମାନସ କୁମାର ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ।