ସିଙ୍ଗ୍ରାଣି ଜନଶୁଣାଣିକୁ ନେଇ ବଢୁଛି ଅସନ୍ତୋଷ

0

ଛେଣ୍ଡିପଦା: ଆସନ୍ତା ୨୦ ତାରିଖରେ ଛେଣ୍ଡିପଦାରେ ହେବାକୁ ଥିବା ସିଙ୍ଗ୍ରାଣି କୋଇଲା ଖଣି ନିମନ୍ତେ ଜନଶୁଣାଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଛେଣ୍ଡିପଦା ଜଙ୍ଗଲ, ଥଳିପଶି, କରଡ଼ାବାହାଳ ଗ୍ରାମରେ ଏହି କୋଇଲା ଖଣି ସ୍ଥାପନ ହେବାକୁ ଥିବା ବେଳେ ଦୀର୍ଘ ଦିନ ହେବ ଛେଣ୍ଡିପଦା ଗ୍ରାମବାସୀ ଜଙ୍ଗଲ ଅଧିଗ୍ରହଣକୁ ବିରୋଧ କରି ଆସୁଛନ୍ତି । ଜଙ୍ଗଲରେ ମୂଲ୍ୟବାନ ଗଛ ସହ ବନ୍ୟଜନ୍ତୁ ସୁରକ୍ଷିତ ଅଛନ୍ତି । ସେହି ଜଙ୍ଗଲ ଦେଇ ଦୁଇଟି ଚିରସ୍ରୋତା ନାଳ ମଧ୍ଯ ପ୍ରବାହିତ ହେଉଛି । ଏଠାରେ ଖଣି ହେବାଦ୍ବାରା ବନ୍ୟଜନ୍ତୁ ସମେତ ପାର୍ଶ୍ଵବର୍ତ୍ତୀ ବ୍ରାହ୍ମଣବିଲ, ବାଳିନାଲି, କୁଞ୍ଜବିହାରୀପୁର, କସିଡିହ ଗ୍ରାମବାସୀଙ୍କ ଜୀବନଜୀବିକା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସଂପୃକ୍ତ ଗ୍ରାମବାସୀ ଜନଶୁଣାଣି ସମ୍ପର୍କରେ ସଂପୂର୍ଣ୍ଣ ଅଜ୍ଞ ଅଛନ୍ତି । ସେମାନଙ୍କ ଅଜାଣତରେ ଏ ଜନଶୁଣାଣି ହେଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ବିଗତ ଦିନରେ ଆଦାନୀ ମାଇନ୍ସକୁ ନେଇ ଛେଣ୍ଡିପଦାରେ ଜନଶୁଣାଣି ବେଳେ ଜନତାଙ୍କ ଅସନ୍ତୋଷ ଖଣ୍ଡଯୁଦ୍ଧର ରୂପ ନେଇଥିଲା । ତେଣୁ ଆଗାମୀ ଜନଶୁଣାଣି ଉପରେ କେବଳ କମ୍ପାନି ପ୍ରତିନିଧି ନୁହଁନ୍ତି, ସ୍ଥାନୀୟ ଅଧିବାସୀ ଓ ପ୍ରଶାସନର ମଧ୍ୟ ନଜର ରହିଛି।

Leave A Reply

Your email address will not be published.

error: Content is protected !!