କରୋନାଠାରୁ ଦୁର୍ଘଟଣା ଅଧିକ ମାରାତ୍ମକ

0

ଅନୁଗୁଳ: ଓଡ଼ିଶାରେ କରୋନାଠାରୁ ସଡ଼କ ଦୁର୍ଘଟଣା ଅଧିକ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି। ୨୦୧୪ରୁ ୨୦୧୯ ଭିତରେ ୩୬ ପ୍ରତିଶତ ସଡ଼କ ଦୁର୍ଘଟଣା ବଢ଼ିଥିବାରୁ ସୁପ୍ରିମ୍‌ କୋର୍ଟର ସଡ଼କ ସୁରକ୍ଷା କମିଟି ଓଡ଼ିଶାରେ ସଡ଼କ ସୁରକ୍ଷା ପରିଚାଳନା ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛି। ଏଥିନେଇ ସବୁ ଜିଲ୍ଲାକୁ କଡ଼ା ଚେତାବନୀ ଦିଆଯାଇଛି।
ଲକ୍‌ଡାଉନ୍‌ ସମୟକୁ ଛାଡ଼ିଦେଲେ ଅନ୍ୟ ସମୟରେ ଦୁର୍ଘଟଣା ଉଦବେଗଜନକ ଭାବରେ ବୃଦ୍ଧି ପାଇଛି। ୨୦୨୦ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ୩୬୭ ଜଣଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୨.୬୫ ଲକ୍ଷ ଲୋକଙ୍କୁ ବିନା ହେଲ୍‌ମେଟ୍‌ ଯୋଗୁଁ ଦଣ୍ତିତ କରାଯାଇଛି। ଜାନୁଆରୀରୁ ଜୁଲାଇ ମଧ୍ୟରେ ଓଡ଼ିଶାରେ ୧୭୩୯ ଜଣଙ୍କ ଜୀବନ କରୋନାରେ ଯାଇଥିବାବେଳେ ଦୁର୍ଘଟଣାରେ ୨୪୦୧ ଜଣଙ୍କ ଅକାଳ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲାର ମଧ୍ଯ ସମ ଅବସ୍ଥା। ବେପରୁଆ ଗାଡ଼ି ଚାଳନା, ହେଲମେଟ୍‌ ନ ପିନ୍ଧିବା ଅନୁଗୁଳ ପାଇଁ ଏକ ସାଧାରଣ ଘଟଣା ହେଲାଣି। ତେଣୁ ଗତ ୨ ଦିନ ହେବ ଅନୁଗୁଳ ବଜାର, ନିଉ ଡେଲି ମାର୍କେଟ୍‌ ଅ˚ଚଳରେ ହେଲ୍‌ମେଟ୍‌ ଚେକି˚କୁ କଡ଼ାକଡ଼ି କରାଯାଇଛି। ଚଳିତ ବର୍ଷ ପ୍ରଥମ କରି ଜାନୁଆରି ୧୮ରୁ ଫେବ୍ରୁଆରି ୧୭ ଯାଏଁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧ୍ୟକ୍ଷତା କରି ଦୁର୍ଘଟଣାର କାରଣ ବିଶ୍ଳେଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜନସଚେତନତା ହେଲେ ଯାଇ ଦୁର୍ଘଟଣା କମିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ଏସ୍‌ପି ଜଗମୋହନ ମୀନାଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ।

online coaching

Leave A Reply

Your email address will not be published.