ନିମ୍ନମାନର ରାସ୍ତା କାମକୁ ନେଇ ଅସନ୍ତୋଷ, ଆନ୍ଦୋଳନ ପାଇଁ ପ୍ରସ୍ତୁତି

You are currently viewing ନିମ୍ନମାନର ରାସ୍ତା କାମକୁ ନେଇ ଅସନ୍ତୋଷ, ଆନ୍ଦୋଳନ ପାଇଁ ପ୍ରସ୍ତୁତି

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ବଇଣ୍ଡା ଅଞ୍ଚଳରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ କାର୍ଯ୍ୟ କରୁଥିବା ଠିକାସଂସ୍ଥା ଏଆଇପିଏଲ୍ (AIPL) ଦ୍ୱାରା ଅତ୍ୟନ୍ତ ନିମ୍ନମାନର କାମ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଆଗକୁ ଆନ୍ଦୋଳନ କରିବାକୁ ରବିବାର ଦିନ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବଇଣ୍ଡାଠାରେ ଗ୍ରାମ ଉପସଭାପତି ଅରବିନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ନେତା ରାଜେନ୍ଦ୍ର ସାହୁ, ଦୀପକ ବେହେରା, ରାଜା ପ୍ରଧାନ, ଟୁଟୁ ସାହୁ, ବସନ୍ତ ବାରିକ, ମାନସ ସାହୁ, ଚକ୍ରଧର ବେହେରା ଓ ଲୁଲୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ଅଭିଯୋଗ ଅନୁଯାୟୀ, ରାସ୍ତା କଂକ୍ରିଟ୍ କାମ ସମୟରେ କୌଣସି ଯନ୍ତ୍ରପାତି ବ୍ୟବହାର କରାଯାଉନାହିଁ। କାମ ସରିବାର ଦୁଇ ମାସ ନ ପୂରୁଣୁ ରାସ୍ତା ଫାଟି ଯାଉଛି। ପିଚୁ କାମ ମଧ୍ୟ ନିମ୍ନମାନର କରାଯାଉଛି ଏବଂ ନିର୍ମିତ ଡ୍ରେନ୍ ଗୁଡ଼ିକ ଭାଙ୍ଗି ଗଲାଣି। କାର୍ଯ୍ୟ ସମୟରେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନଥିବାରୁ ଠିକା ସଂସ୍ଥା ମନଇଚ୍ଛା କାମ କରୁଛି।

ଏଥିସହ, ବଇଣ୍ଡା ଛକରେ ଏକ ପରିସ୍ରାଗାର ନଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ନିଷ୍ପତ୍ତି ଅନୁଯାୟୀ, ତୁରନ୍ତ ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ପାଇଁ ବଇଣ୍ଡା ଅଞ୍ଚଳର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟିବେ।

Share

Leave a Reply