ଅନୁଗୁଳ: ଅନୁଗୁଳ ଜିଲ୍ଲା ଶ୍ରମ ବିଭାଗ (ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ) ତରଫରୁ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପ୍ରଥମ ଦ୍ୱି-ପାକ୍ଷିକ ସହାୟତା ରାଶି ବଣ୍ଟନ କରାଯାଇଛି । ଜିଲ୍ଲାପାଳ ଅବଦାଲ୍ ମହମ୍ମଦ୍ ଅଖତର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୋଟ ୮୯ ଜଣ ନିର୍ମାଣ ଶ୍ରମିକଙ୍କୁ ୪୦ ଲକ୍ଷ ୧୩ ହଜାର ୬୦୦ ଟଙ୍କା ନିର୍ମାଣ ଶ୍ରମିକ ଯୋଜନା ଅନ୍ତର୍ଗତ ଶିକ୍ଷା, ବିବାହ, ପ୍ରସୂତିକାଳିନ, ମୃତ୍ୟୁକାଳିନ, ଅନ୍ତୋଷ୍ଟିକ୍ରୀୟା ଇତ୍ୟାଦି କ୍ଷେତ୍ରରେ ସହାୟତା ରାଶି ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରିଣୀ (କଲ୍ୟାଣ) ଲିରିକା ରାୟ, ଜିଲ୍ଲା ଶ୍ରମ ଅଧିକାରିଣୀ (ପ୍ରବର୍ତ୍ତନ) ପ୍ରିୟମ୍ବଦା ସ୍ୱାଇଁ, ସହକାରୀ ଶ୍ରମ ଅଧିକାରୀ ଦେବ ପ୍ରସାଦ ମହାନ୍ତି, ପଦ୍ମଜା ସାହୁ, ଅଶ୍ବିନୀ କୁମାର ମୁଦୁଲି ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ
- Post published:September 11, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ ୨୦୨୩-୨୪” ଆୟୋଜିତ, ଅନ୍ତର୍ନିହିତ କଳା ଓ ପ୍ରତିଭାର ପ୍ରଦର୍ଶନ କଲେ ୨୦୦ରୁ ଊର୍ଦ୍ଧ୍ଵ ଶିଶୁ
ଜିଲ୍ଲାସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ: ଅନୁସୂଚିତ ଜାତି ଓ ଜନଜାତିର ମହିଳାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ





