ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ଏସ୍ଆଇ

0

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ସବ୍ ଇନିସପେକ୍ଟର ପ୍ରମୋଦ କୁମାର ନାଏକ ଏକ ମାମଲାରେ ଜବତ ବାଇକ୍ ଛାଡ଼ିପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରପଡ଼ିଛନ୍ତି। ସୂଚନା ମୁତାବକ, ଏକ ମାଡ଼ପିଟ ଘଟଣାରେ ବନ୍ତଳା ଥାନା କେସ ନଂ ୧୫୭/୨୧ରେ ଜବତ ହୋଇଥିବା ଅନୁଗୁଳର ଟୁକୁନା ନାଏକଙ୍କ ବାଇକକୁ ପୁଲିସ ଜବତ କରିଥିଲା। ଏହି ବାଇକ୍ କୁ ଛାଡ଼ିବା ପାଇଁ ଟୁକୁନାଙ୍କ ସ୍ତ୍ରୀ କବିତା ନାଏକ ୨/୩ ଦିନ ତଳେ କେସର ତଦନ୍ତ ଅଧିକାରୀ ସବଇନିସପେକ୍ଟର ଶ୍ରୀ ନାଏକଙ୍କୁ ଭେଟିଥିଲେ। ବାଇକ ଛାଡ଼ିବା ପାଇଁ ଶ୍ରୀ ନାଏକ କବିତାଙ୍କୁ ୬ ହଜାର ଟଙ୍କା ମାଗିଥିଲେ। ଏ ନେଇ କବିତା ଅନୁଗୁଳ ଭିଜିଲାନ୍ସ ବିଭାଗ ଦ୍ବାରସ୍ଥ ହୋଇଥିଲେ। ଯୋଜନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଗୁଳ ଭିଜିଲାନ୍ସ ଡିଏସ୍ପି ପ୍ରଦୀପ କୁମାର ସାମଲ ଓ କଟକ ଭିଜିଲାନ୍ସ ଡିଏସପି ଆରକେ ସୁନା ସଦଳବଳ ବନ୍ତଳା ଥାନାରେ ପହଞ୍ଚିଥିଲେ। କବିତାଙ୍କଠାରୁ ଏସ୍ଆଇ ଶ୍ରୀ ନାଏକ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏ ନେଇ ଭିଜିଲାନ୍ସ ବିଭାଗ ଦ୍ବାରା ଏକ ମାମଲା ରୁଜୁକରାଯାଇ ଅଭିଯୁକ୍ତ ଏସ୍ଆଇ ଶ୍ରୀ ନାଏକଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି।

online coaching

Leave A Reply

Your email address will not be published.