ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

You are currently viewing ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

ଅନୁଗୁଳ: ଆଜି ତାଳଚେର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ମଙ୍ଗଳମ୍ ହଲ୍ ଠାରେ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କାର୍ଡ ସହିତ ସହାୟତା ରାଶି ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ତାଳଚେର ଜିଲ୍ଲା ଶ୍ରମ ଅଧିକାରିଣୀ ପରିମିତା ମିଶ୍ର ଶିବିରକୁ ଆଗକୁ ନେଇଥିଲେ।

ସମ୍ମାନିତ ଅତିଥି ଭାବେ ତାଳଚେର ତହସିଲଦାର୍ ରୋଜାଲିନ ବେହେରା, ମ୍ୟୁନିସିପାଲିଟି ଅଧିକାରୀ ବଳୟ ଦେହୁରୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ବୀଣା ସିଂ ନାୟକ ଏବଂ ଶ୍ରମିକ ସଙ୍ଗଠନର ସଦସ୍ୟ ଉପସ୍ଥିତ ରହି ଶ୍ରମିକଙ୍କୁ ପଞ୍ଜିକୃତ କାର୍ଡ ଏବଂ ସହାୟତା ରାଶି ବଣ୍ଟନ କରିଥିଲେ। ଶିବିରରେ ଶ୍ରମିକଙ୍କୁ ମୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା ଓ ଅନ୍ତ୍ୟେଷ୍ଟି କ୍ରିୟା ନିମିତ୍ତ ସହାୟତା ରାଶି ବାବଦରେ ଏକ କୋଟି ଏଗାର ଲକ୍ଷ ପଚାଶ ହଜାର ଟଙ୍କା ପ୍ରଦାନ କରଯାଇଥିଲା। କାର୍ଯ୍ୟକ୍ରମରେ ତାଳଚେର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Share

Leave a Reply