ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ତରଫରୁ ସୋମବାର ସକାଳେ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନଠାରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। କରୋନା କଟକଣାକୁ ମାନି ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ନଅ କ୍ରାନ୍ତି ଦିବସକୁ ନିରାଡମ୍ବର ସହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ କ୍ରାନ୍ତି ଦିବସର ମହାତ୍ମ୍ୟ ଉପରେ ଉପସ୍ଥିତ କଂଗ୍ରେସ ନେତାମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଦିଗାମ୍ବର ଗଡନାୟକ, ଧର୍ମେନ୍ଦ୍ର ମିଶ୍ର, ଜିତେନ୍ଦ୍ର ସାହୁ, ଗୋପାଳ ନାଥ, ଚିତ୍ତରଞ୍ଜନ ନାଏକ, ତପନ ପ୍ରଧାନ, ଅମୁଲ୍ୟ ବେହେରା, ବିନୋଦ ମାଝି, ସୁଦୀପ ମିଶ୍ର, ବଲବିର ସିଂହ, ଆଲୋକ ଦାଶ, ଶିବାନୀ ଗୌଡ ପ୍ରମୁଖଙ୍କସହ ବହୁ କର୍ମୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଜିଲ୍ଲା କଂଗ୍ରେସ କମିଟିର କ୍ରାନ୍ତି ଦିବସ
- Post published:August 9, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik


