ଜିଲ୍ଲାସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ: ଅନୁସୂଚିତ ଜାତି ଓ ଜନଜାତିର ମହିଳାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ

You are currently viewing ଜିଲ୍ଲାସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ: ଅନୁସୂଚିତ ଜାତି ଓ ଜନଜାତିର ମହିଳାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଅଧ୍ୟକ୍ଷତା କରି ମହିଳା ସଶକ୍ତିକରଣରେ ଆମ ରାଜ୍ୟ ଆଗରେ ଅଛି ଓ ଭାରତୀୟ ମହିଳା ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଦେଖାଇଛନ୍ତି ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମହିଳା କମିଶନ୍ର ଅଧ୍ୟକ୍ଷା ଡ. ମୀନତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା, ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତିର ମହିଳାଙ୍କୁ ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ଅଗ୍ରସର କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହି କମିଶନ ଗଠନ ହେବାର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ସତ୍ୟଜିତ ମିଶ୍ର ସୋସିଆଲ ମିଡିଆରେ ନିଜର ବ୍ୟକ୍ତିଗତ ତଥ୍ୟ ନ ଦେବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ ବୈଠକରେ ଯୋଗ ଦେଇ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ଯୋଜନା ମହିଳାଙ୍କୁ ଆଗକୁ ନେବାରେ ସହାୟକ ହୋଇଛି ବୋଲି ପ୍ରକାଶ କରିଥିଲେ।
ଏ ଅବସରରେ କୋଭିଡ୍ ସମୟରେ ବିଭିନ୍ନ କ୍ଷେତ୍ରରେ ସେବା ଓ ସହାୟତା ପ୍ରଦାନ କରିଥିବା କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ମହିଳା କମିଶନର ପରାମର୍ଶଦାତା ଡ.ଏନ୍.ଟୁନା ସାହୁ, ସଦସ୍ୟା ସ୍ବର୍ଣ୍ଣଲତା ସାମଲ, ସିନିୟର ଫିଲଡ ଅଫିସର ଡିଏସପି ବିଜୟିନୀ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ସଙ୍ଗୀତା ମହାନ୍ତି, ପ୍ରୋଗ୍ରାମ ଅଫିସର ପୌର୍ଷମାସୀ ରଥ, ଆକସନ ଏଡ୍ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା, ସିଡିପିଓ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply