ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ, ମାଛ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

0

ଅନୁଗୁଳ: ଜିଲ୍ଲା କୃଷି କାର୍ଯ୍ୟାଳୟ ଆତ୍ମା ସମ୍ମିଳନୀ କକ୍ଷରେ ବୁଧବାର ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ. ନିରୋଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳନ କରିବା ତାତ୍ପର୍ଯ୍ୟ, ଜିଲ୍ଲାରେ ମତ୍ସ୍ୟଚାଷ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସମ୍ବନ୍ଧୀୟ ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ।

ମତ୍ସ୍ୟଚାଷରେ ଉଲ୍ଲେଖନୀୟ ଅବଦାନ ପାଇଁ ଛେଣ୍ଡିପଦାର ମତ୍ସ୍ୟ ଚାଷୀ ଅଜିତ ପ୍ରଧାନ, ଆଠମଲ୍ଲିକର ଦ୍ରୌପଦୀ ମେହେର, ପାଳଲହଡ଼ାର ବାବୁଲାଲ ପ୍ରଧାନ, ଅନୁଗୁଳର ସ୍ବର୍ଣ୍ଣଲତା ସାହୁ ଓ କିଶୋରନଗରର ମା ବାୟାଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସମ୍ମାନିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଉପ ନିର୍ଦ୍ଦେଶକ ଅମର ଲୁଗୁନ୍, ଉପ ମତ୍ସ୍ୟ ନିର୍ଦ୍ଦେଶକ କୁଅଁର ମାଈଁ, ଜିଲ୍ଲା ମତ୍ସ୍ୟ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ସ୍ମିତା ରାଣୀ ବେହେରାଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ମତ୍ସ୍ୟଚାଷୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!