ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

You are currently viewing ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା

ଅନୁଗୁଳ: ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା
ନିୟୋଜନ କାର୍ଯ୍ୟାଳୟ ଦ୍ବାରା ତାଳଚେର ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟଠାରେ ବୁଧବାର ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ୟ ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଯୁବକଯୁବତୀ ମାନଙ୍କୁ ଦକ୍ଷିତା ବିକାଶ ଏବଂ ଉଦୀୟମାନ କ୍ୟାରିୟର ସମ୍ଭାବନାକୁ ହାସଲ କରିବାକୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶ୍ରୀମତୀ ବବିତା ପ୍ରଧାନ, ଅତିରିକ୍ତ
ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଦେବାଶିଷ ସାହୁ, ତାଳଚେର ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ସୁବ୍ରତ କୁମାର ଦାସ, ସରକାରୀ ଆଇଟିଆଇର ଅଧ୍ୟକ୍ଷ ଜଗଜୀବନ ମହାରଣା, ସହକାରୀ ଶ୍ରମ ଅଧିକାରୀ ସମୀର ମହାପାତ୍ର ଏବଂ ଅନୁଗୁଳ ସରକାରୀ ବୈଷୟିକ ଅନୁଷ୍ଠାନର ଅଧ୍ୟାପିକା ଶ୍ରୀମତୀ ଶୁଭାଙ୍ଗୀ ମିଶ୍ରପ୍ରମୁଖ ଉପସ୍ଥିତ ଥିଲେ।

ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରର ୩୪ ଜଣ ନିଯୁକ୍ତିଦାତା ଏବଂ ୧୭ଟି ପ୍ରକଳ୍ପ କାର୍ଯ୍ୟାନ୍ଵୟନ ଏଜେନ୍ସି (ପିଆଇଏ) ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧,୨୮୯ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ । ଟାଟା ଷ୍ଟିଲ ମେରାମୁଣ୍ଡଳି ତଥା ଟାଟା ଇଲେକ୍ଟ୍ରୋନିକ, ତାମିଲନାଡୁ ଠାରେ କାର୍ଯ୍ୟ କରିବା ନିମନ୍ତେ ମନୋନୀତ ହୋଇଥିବା ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରଯାଇଥିଲା।ଶେଷରେ ଦକ୍ଷତା ବିକାଶ ସଂଯୋଜକ ବିଶ୍ବଜିତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Share

Leave a Reply