ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟ ରେ ଆସନ୍ତା ଡିସେମ୍ବର ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ଫରେଷ୍ଟ ରେଞ୍ଜର କଲେଜ ପଡ଼ିଆରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ୧୪,୧୬,୧୮,୨୦,୨୩ ବର୍ଷରୁ କମ ଏବଂ ସିନିୟର ବିଭାଗରେ ବିଭିନ୍ନ ଦୌଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରତିଯୋଗୀ ମାନେ ଡିସେମ୍ବର ୫ ତାରିଖ ମଧ୍ୟରେ କ୍ରୀଡା ସଂସଦ ସହ ଯୋଗାଯୋଗ କରି ନାମ ପଞ୍ଜିକରଣ କରାଇନେବାକୁ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ ଜଣାଇଛନ୍ତି। ଖେଳ ଦିନ ପ୍ରତିଯୋଗୀ ମାନେ ଆଧାର କାର୍ଡ ଏବଂ ଜନ୍ମ ପ୍ରମାଣ ପତ୍ର ସହ ସକାଳ ୯ ଟା ସୁଦ୍ଧା ପଡ଼ିଆରେ ଉପସ୍ଥିତ ରହିବାକୁ କ୍ରୀଡା ସଂସଦ ସମ୍ପାଦକ ଜଣାଇଛନ୍ତି।
ଡିସେମ୍ବର ୧୩,୧୪ ରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା
- Post published:November 20, 2025
- Post category:କ୍ରୀଡ଼ା / ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul
