ଅନୁଗୁଳ: ଚଳିତ ମାସ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଗୁଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଆୟୋଜନ ହେବ। ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ୨୨ ତାରିଖରେ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଶୋଭାଯାତ୍ରାରେ ପାଳଲହଡ଼ାର ଖୁଲୁଡ଼ି ଶୈବ ପୀଠ, ଆଠମଲ୍ଲିକର ଦେଉଳଝରୀ, ଟିକରପଡ଼ାର ଶିବ ମନ୍ଦିର ଓ ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର, ଛେଣ୍ଡିପଦାର ବାୟାଣୀ ପୀଠରୁ ମଶାଲ ଆସି ମା’ହିଙ୍ଗୁଳାଙ୍କ ପୀଠରେ ଏକତ୍ରିତ ହୋଇ ଶୈଳଶ୍ରୀକ୍ଷେତ୍ର ମନ୍ଦିର ଠାରେ ସ୍ଥାପିତ ହେବ। ମହୋତ୍ସବର ପ୍ରତି ସନ୍ଧ୍ୟାରେ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରର କଳାକାର ନୃତ୍ୟ ପ୍ରଦର୍ଶନ କରିବେ। ଜିଲ୍ଲା ମହୋତ୍ସବରେ କବିତା ପାଠୋତ୍ସବ, ଲେଖକ ସମ୍ମିଳନୀ ଓ ଯୋଗ ପ୍ରାଣାୟାମ ଶିବିର ମଧ୍ୟ ଆୟୋଜିତ ହେବ। ସେହିପରି ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ପଲ୍ଲିଶ୍ରୀ ମେଳା ଆୟୋଜିତ ହେବ ବୋଲି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ। ଅନ୍ୟପଟେ ସମସ୍ତେ ମହୋତ୍ସବର ମଜା ନେବାକୁ ଚଳିତ ଥର ପାସ୍ ବ୍ୟବସ୍ଥା କରାଯାଇ ନଥିବା ସୂଚନା ମିଳିଛି।
୨୬ ରୁ ୨୮ ଯାଏଁ ଚାଲିବ ଅନୁଗୁଳ ଜିଲ୍ଲା ମହୋତ୍ସବ, ୨୨ ରେ ମଶାଲ ଶୋଭାଯାତ୍ରା
- Post published:April 12, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul