ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ

You are currently viewing ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ବିଭିନ୍ନ ଅଞ୍ଚଳ ଗସ୍ତ

ଅନୁଗୁଳ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାର ବିଭିନ୍ନ ଭିତ୍ତିଭୂମି ତଦାରଖ କରିବାପାଇଁ ଜିଲ୍ଲାପାଳଙ୍କର ଶୁକ୍ରବାର ବିଭିନ୍ନ ସ୍ଥାନରେ ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗ ରୁମ୍ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ପାଲଲହଡ଼ା ଓ ବଅଁରପାଳ ବ୍ଲକର ପଞ୍ଚାୟତିରାଜ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ପୁଲିଂ ପାର୍ଟି ଦ୍ବାରା ଗ୍ରହଣ କରିବାକୁ ଥିବା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗ ରୁମ୍ ଗୁଡିକର ନିରାପତ୍ତା ସମ୍ପର୍କରେ ଯାଞ୍ଚ କରିଥିଲେ। ୧୪ ତାରିଖରେ ସମସ୍ତ ବୁଥ୍ ଗୁଡିକ ଖୋଲାଯାଇ ସଫା ସୁତରା କରାଯିବ ଓ ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସାମଗ୍ରୀ ବିତରଣ କେନ୍ଦ୍ର ଗୁଡିକରେ ବିଭିନ୍ନ କାଉଣ୍ଟର ଖୋଲାଯାଇ ଆନୁସଙ୍ଗିକ ସାମଗ୍ରୀ ଗୁଡିକୁ ଶାନ୍ତି ଓ ଶୃଙ୍ଖଳାର ସହିତ ବିତରଣ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ। କେନ୍ଦ୍ର ଗୁଡିକରେ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ୍ ସେବା ନିରବଚ୍ଛିନ୍ନ ଭାବେ ଉପଲବଧ କରାଇବାକୁ ସେ ପରାମର୍ଶ ଦେଇଥିଲେ। ଭୋଟ ବାକ୍ସଗୁଡିକୁ ସୁରକ୍ଷିତ ଭାବେ ରଖିବା ପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗ୍ ରୁମ୍ ଗୁଡିକର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ପାଳଲହଡା ଉପଜିଲ୍ଲାପାଳ ଅଜିତ୍ କୁମାର ପ୍ରଧାନଙ୍କ ସମେତ ସମ୍ପୃକ୍ତ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ନିୟୋଜିତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତି ଥିଲେ।

Share

Leave a Reply