ଜିଲ୍ଲା ଯୋଜନା କମିଟିର ନୂଆ ସଦସ୍ୟ, ଉଷ ଓ ଜଗନ୍ନାଥ

You are currently viewing ଜିଲ୍ଲା ଯୋଜନା କମିଟିର ନୂଆ ସଦସ୍ୟ, ଉଷ ଓ ଜଗନ୍ନାଥ

ଅନୁଗୁଳ: ଅନୁଗୁଳ ଓ ତାଳଚେରର ଦୁଇଜଣ କାଉନ୍‌ସିଲର ମଙ୍ଗଳବାର ଜିଲ୍ଲା ଯୋଜନା କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।
ଅନୁଗୁଳସ୍ଥିତ ଯୋଜନା କମିଟି କାର୍ଯ୍ୟାଳୟ ପରିସରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୁଳ ଓ ତାଳଚେର ମ୍ୟୁନିସିପାଲିଟି ଏବଂ ଆଠମଲ୍ଲିକ ଏନ୍‌ଏସିର ପୌରାଧ୍ୟକ୍ଷ ଓ କାଉନ୍‌ସିଲରମାନେ ଅଂଶଗ୍ରହଣ କରିଥିଲେ । ୨୦-୧୪ ଭୋଟ୍ ବ୍ୟବଧାନରେ ତାଳଚେର ୪ ନମ୍ବର ୱାର୍ଡ ବିଜେଡି କାଉନ୍‌ସିଲର ଜଗନ୍ନାଥ ଗଡ଼ନାୟକ ବିଜୟୀ ହୋଇଥିବା ବେଳେ ଅନୁଗୁଳ ୨ ନମ୍ବର ୱାର୍ଡ ବିଜେଡି କାଉନ୍‌ସିଲର ଉଷା ସାମଲ ମଧ୍ୟ ବିଜୟୀ ହୋଇଛନ୍ତି। ଉଭୟଙ୍କୁ ଦଳୀୟ ସମର୍ଥନ ଜଣାଇଥିବା କାଉନ୍‌ସିଲର ଓ ନଗରପାଳଙ୍କ ସହ ଜିଲ୍ଲାର ୩ ବିଧାୟକ ଓ ସାଂସଦଙ୍କୁ ଶ୍ରୀ ଗଡ଼ନାୟକ ଓ ଶ୍ରୀମତୀ ସାମଲ କୃତଜ୍ଞତା ଜଣାଇଛନ୍ତି।

Share

Leave a Reply