ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

0

ଅନୁଗୁଳ: ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଅକ୍ଟୋବର ମାସରେ ହୋଇଥ‌ିବା ଦୁର୍ଘଟଣା,ନିଆଯାଇଥ‌ିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ବାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା । ପରିବହନ ବିଭାଗ ସୂଚନା ଅନୁଯାୟୀ ଗତ ଅକ୍ଟୋବର ମାସରେ ଜିଲ୍ଲାରେ ମୋଟ ୧୪ଟି ଦୁର୍ଘଟଣା ଘଟିଥିବାବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି, ୩ ଜଣ ଗୁରୁତର ଆହତ ଓ ସାମାନ୍ୟ ଆହତ ଜଣେ ହୋଇଛନ୍ତି ।

ଏହି ଦୁର୍ଘଟଣା ମଧ୍ୟରୁ ଗତ ମାସରେ ୫ଟି ଦୁର୍ଘଟଣା ଜାତୀୟ ରାଜପଥରେ ଘଟିଥିବାବେଳେ ୯ଟି ଦୁର୍ଘଟଣା ରାଜ୍ୟ ରାଜପଥ ଓ ଅନ୍ୟାନା ଅଞ୍ଚଳରେ ଘଟିଛି । ଗତ ମାସରେ ପରିବହନ ବିଭାଗ ଦ୍ୱାରା ହୋଇଥିବା ଯାଞ୍ଚ ସମୟରେ ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୯୩୧ ଜଣଙ୍କ ଠାରୁ ୯ ଲକ୍ଷ ୩୧ ହଜାର ଟଙ୍କା, ବିନା ସିଟ୍ ବେଲ୍ଟରେ ୫୨ ଜଣଙ୍କ ଠାରୁ ୫୨ ହଜାର ଟଙ୍କା, ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୯୨୦ ଜଣଙ୍କ ଠାରୁ ୧୮ ଲକ୍ଷ ୪୦ ହଜାର ଟଙ୍କା, ମଦ୍ୟପାନ କରି ଗାଡିଚାଳନା ନିମନ୍ତେ ୫୯ ଜଣଙ୍କ ଠାରୁ ୫ ଲକ୍ଷ ୯୦ ହଜାର ଟଙ୍କା, ଅତ୍ୟଧୃକ ମାଲପରିବହନ କରିଥିବା ୬୪ଟି ମାମଲାରେ ୨୯ଲକ୍ଷ ୮୬ ହଜାର ୨୮୪ ଟଙ୍କା, ମାଲବାହି ଗାଡିଗୁଡିକରେ ଯାତ୍ରୀ ସେବା ଅଭିଯୋଗରେ ୨୯ଟି ମାମଲାରେ ୧ ଲକ୍ଷ ୪୫ ହଜାର ଟଙ୍କା, ଟ୍ରାଫିକ ନିୟମ ଅବମାନନା ଏବଂ ନୋ ପାର୍କିଂ ଜୋନରେ ଗାଡି ପାକଂ କରିବା ଅଭିଯୋଗରେ ୪୫୭ଟି ମାମଲାରେ ୪୨ଲକ୍ଷ ୫୦୦ ଟଙ୍କା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ଅଭିଯୋଗରେ ୩୬ଟି ମାମଲାରେ ୧ ଲକ୍ଷ ୮୦ ହଜାର ଟଙ୍କା, ଜୋରିମନା ଆଦାୟ କରାଯାଇଥିବା ବେଳେ ୩୪୬ ଜଣଙ୍କର ଲାଇସେନ୍ସ ନିଲମ୍ବନ କରାଯାଇଥିଲା ଓ ୫୭ ଟି ଗାଡି ଜବତ କରାଯାଇଥିଲା।

ସେହିପରି ଜିଲ୍ଲା ପୋଲିସ ଦ୍ବାରା ଯାଞ୍ଚ କରିବା ସମୟରେ ଦ୍ରୁତ ଗାଡି ଚାଳନା କରିବା ଯୋଗୁ ୬ଜଣଙ୍କ ଠାରୁ ୧୨ ହଜାର ଟଙ୍କା, ଅତ୍ୟଧୃକ ମାଲପରିବହନ କରିଥିବା ୪ଟି ମାମଲାରେ ୭ ହଜାର ୫୦୦ ଟଙ୍କା, ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର ଅଭିଯୋଗରେ ୧୫୪ଟି ମାମଲାରେ ୭ ଲକ୍ଷ ୭୦ ହଜାର ଟଙ୍କା, ବିନା ହେଲମେଟରେ ଗାଡି ଚାଳନା ଯୋଗୁ ୫୧୦ ଜଣଙ୍କ ଠାରୁ ୫ଲକ୍ଷ ୧୦ ହଜାର ଟଙ୍କା, ବିନା ସିଟ୍ ବେଲ୍ଟରେ ୩୩୬ ଜଣଙ୍କ ଠାରୁ ୩ ଲକ୍ଷ ୩୮ ହଜାର ଟଙ୍କା, ଟ୍ରାଫିକ ନିୟମ ଅବମାନନା ଏବଂ ନୋ ପାକଂ ଜୋନରେ ଗାଡି ପାକିଂ କରିବା ଅଭିଯୋଗରେ ୯୭୬ଟି ମାମଲାରେ ୨୩ଲକ୍ଷ ୮୦ହଜାର ୫୦୦ ଟଙ୍କା ଜୋରିମନା ଆଦାୟ କରାଯାଇଥିଲା ଏବଂ ମଦ୍ୟପାନ କରି ଗାଡିଚାଳନା ନିମନ୍ତେ ୫୩୭ ଜଣଙ୍କୁ ଗିରଫ କରାଯାଇଥ‌ିବା ବେଳେ ୧୧ ଜଣଙ୍କ ଲାଇସେନ୍ସ ନିଲମ୍ବନ କରାଯାଇଛି।

ଏହି ବୈଠକରେ ଜାତୀୟ ରାଜପଥ (ଢେଙ୍କାନାଳ ଶାଖା)ର ଅଧିକାରୀମାନେ ଯୋଗ ଦେଇ ନଥୁବାରୁ ଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିବା ସହ ଆସନ୍ତା ବୈଠକରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଓ ପରିବହନ ବିଭାଗର ଅଧିକାରୀମାନେ ଯାନବାହନ ଯାଞ୍ଚ ପ୍ରକ୍ରିୟାକୁ ଅଧିକ କ୍ରିୟାଶିଳ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଦୁର୍ଘଟଣା ସମୟରେ ଆହତମାନଂକୁ ସଠିକ୍ ସମୟରେ ସହାୟତା କରିଥିବା (ଗୁଡ ସମାରିଟାନ) ୫ ଜଣଙ୍କୁ ୨ ହଜାର ଟଙ୍କା ଲେଖାଏଁ ମୋଟ ୧୦ ହଜାର ଟଙ୍କାର ଚେକ୍ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ରାୟଗୁରୁ, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଷ୍ଫଳ କୁମାର ପଟ୍ଟନାୟକ, ପୂର୍ତ୍ତ ବିଭାଗର ଅଧ୍ୟକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲଙ୍କ ସମେତ ଜାତୀୟ ରାଜପଥ ପ୍ରାଧୁକରଣ ଅଧିକାରୀ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!