CADLAB

ତୈଳ ଦର ବୃଦ୍ଧି ପ୍ରତିବାଦରେ ଗୁରୁବାର ୬ ଘଣ୍ଟିଆ ଓଡ଼ିଶା ବନ୍ଦ

0

ଅନୁଗୁଳ: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ବିରୋଧ । ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ । ସକାଳ ୬ଟାରୁ ଦିନ ୧୨ଟା ଯାଏ ବାମପନ୍ଥୀ ଦଳ ଓଡ଼ିଶା ବନ୍ଦ କରିବେ । ତେବେ ବାମ ପନ୍ଥି ଦଳର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇଛଇ ରାଜ୍ୟ କଂଗ୍ରେସ । ସାରା ଦେଶରେ ଅହେତୁକ ଭାବେ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ ଦର । ଯେଉଁଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ିବାରେ ଲାଗିଛି। ତୈଳ ଦର ଓ ରନ୍ଧନ ଗ୍ୟାସର ଦର ବଢ଼ି ଚାଲିଥିବା ବେଳେ, ଦରଦାମ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ବିଫଳ ବୋଲି ଅଭିଯୋଗ କରିଛି କଂଗ୍ରେସ । ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ପେଟ୍ରୋଲ ନ ପକାଇବା ପାଇଁ ଅପିଲ କରିଛି କଂଗ୍ରେସ ।ବାମଦଳ ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ଡାକରାରେ ସମୟରେ ଦୋକାନ ବଜାର ସହ ଗାଡି ଚଳାଚଳ ରନ୍ଦ ରହିବ । ଜରୁରୀକାଳୀନ ସେବାକୁ ବାଦଦେଲେ ବାକି ସବୁ କିଛି ବନ୍ଦ କରିବାକୁ କୁହାଯାଇଛି ।

Leave A Reply

Your email address will not be published.