ଅନୁଗୁଳ: ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ୨୦୨୧-୨୩ ବର୍ଷ ପାଇଁ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ମୋଟ୍ ୯ଟି ପଦବୀ ପାଇଁ ନିର୍ବାଚନ ହୋଇଥିବା ବେଳେ ଅମ୍ବିକା ପ୍ରସାଦ ଭଟ୍ଟ ସଭାପତି ଓ ଅକ୍ଷୟ କୁମାର ସାମନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଛନ୍ତି ।ସଭାପତି ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ଅମ୍ବିକା ପ୍ରସାଦ ଭଟ୍ଟ ଓ ବିଭୂତି ପ୍ରସାଦ ଦାସଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ଶ୍ରୀ ଦାସ ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ସଭାପତି ଭାବେ ମଧ୍ୟ ନିର୍ବଚିତ ହୋଇଥିଲେ । ଏଥିସହିତ ଗତ ୨୨ ବର୍ଷ ଧରି ସେ ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ଭାବେ ନିର୍ବାଚନ ବିଜୟୀ ହୋଇଆସୁଥିଲେ। ଚଳିତ ନିର୍ବାଚନରେ ତାଙ୍କୁ ପରାସ୍ତ କରି ଶ୍ରୀ ଭଟ୍ଟଙ୍କୁ ବିଜୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏଥିରେ ଅମ୍ବିକା ଭଟ୍ଟ ୨୧ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଶ୍ରୀ ଭଟ୍ଟ ୩୧୩ଟି ଭୋଟ୍ ପାଇଥିବା ବେଳେ ଶ୍ରୀ ଦାସଙ୍କ ସପକ୍ଷରେ ୨୯୨ଟି ଭୋଟ୍ ଯାଇଥିଲା । ସେହିପରି ପ୍ରଥମ ଉପସଭାପତି ପଦରେ ଅମରେଶ ଚନ୍ଦ୍ର ସ୍ବାଇଁ ୯୧ ଭୋଟରେ ପ୍ରମୋଦ କୁମାର ପ୍ରଧାନଙ୍କୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଥିଲେ । ଦ୍ଵିତୀୟ ଉପସଭାପତି ଭାବେ ଅଶୋକ କୁମାର ଦଳବେହେରା ୪ ଖଣ୍ଡ ଭୋଟ୍ରେ ରାଜକିଶୋର ପ୍ରଧାନଙ୍କୁ ପରାଜିତ କରିଥିଲେ । ସମ୍ପାଦକ ପଦବୀ ପାଇଁ ଅକ୍ଷୟ କୁମାର ସାମନ୍ତ ଓ ସନ୍ତୋଷ କୁମାର ଦାସଙ୍କ ମଧ୍ୟରେ ଲଢ଼େଇ ହୋଇଥିଲେ । ଏଥିରେ ଅକ୍ଷୟ କୁମାର ସାମନ୍ତ ୨୩ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ସେହିପରି ପ୍ରଥମ ସହସମ୍ପାଦକ ଭାବେ ଗୌତମ ସାହୁ ୭୮ଟି ଭୋଟରେ ଉପେନ୍ଦ୍ର ସାମଲଙ୍କୁ, ଦ୍ବିତୀୟ ସହସମ୍ପାଦକ ଭାବେ ବିଜୟ ଦେହୁରୀ ୩୬ଟି ଭୋରେ ସଞ୍ଜାବ କୁମାର ସ୍ବାଇଁ, ତୃତୀୟ ସହସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ସାହୁ ୬୫ଟି ଭୋଟରେ ସରୋଜ କୁମାର ସାହୁଙ୍କୁ ଓ ଚତୁର୍ଥ ସହସମ୍ପାଦକ ଭାବେ କେଶବ ଚନ୍ଦ୍ର ବେହେରା ୨୭ଟି ଭୋଟରେ ଉତ୍ପଳ କୁମାର ଦାସଙ୍କୁ ପରାସ୍ତ କରିଛନ୍ତି । ରଜତ କୁମାର ମହାପାତ୍ର ୯୦ଟି ଭୋଟରେ ପ୍ରସନ୍ନ କୁମାର ପ୍ରଧାନଙ୍କୁ ପରାସ୍ତ କରି ଆଗାମୀ ୨୦୨୩ ପର୍ଯ୍ୟନ୍ତ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।
ଜିଲ୍ଲା ଟ୍ରକ ମାଲିକ ସଂଘ ନିର୍ବାଚନ
- Post published:March 8, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul