maa mangala vihar

ହେମସୁରପଡ଼ା କପ୍ ଫୁଟବଲ୍ ଉଦଘାଟିତ

ଉଦ୍‌ଘାଟନୀ ମ୍ୟାଚରେ ନାଲ୍‌କୋ ବିଜୟୀ

0

ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ୍ ପକ୍ଷରୁ ଟାଉନ୍ ହାଇସ୍କୁଲ ପଡ଼ିଆରେ ରବିବାରଠାରୁ ଆରମ୍ଭ ହୋଇଛି ଦଶମ ସର୍ବ ଭାରତୀୟ ହେମସୁରପଡ଼ା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ । ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମେଗା ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଉଦ୍‌ଘାଟନୀ ମ୍ୟାଚ୍ ଅନୁଗୁଳର ମା’ ବୁଢୀ ଫୁଟବଲ କ୍ଳବ୍ ଓ ନାଲ୍‌କୋ ଜୁନିୟର ଫୁଟବଲ
କ୍ଲବ ମଧ୍ୟରେ ଖେଳାଯାଇଥିଲା । ଏହି ରୋମାଞ୍ଚକର ମ୍ୟାଚ୍ ୨-୧ ଗୋଲରେ ଜିତି ନାଲକୋ ସେମି ଫାଇନାଲରେ ପ୍ରବେଶ କରିଛି । ରେଫରୀ ଭାବେ ସୁରେଶ କୁମାର ଦାଶ ଖେଳ ପରିଚାଳନା କରିଥିଲେ । ଲାଇନ୍‌ରେ ଦିଲ୍ଲୀପ କୁମାର ରାଉତ ଓ ସଲିଳ କୁମାର ବେହେରା ସହଯୋଗ କରିଥିବା ବେଳେ ଶାଶ୍ୱତ ପଣ୍ଡା ଚତୁର୍ଥ ଶ୍ରେଫରୀ ଦାୟିତ୍ବ ତୁଲାଇଥିଲେ ।

Leave A Reply

Your email address will not be published.