ଷ୍ଟାର୍ସ ପ୍ରୋଜେକ୍ଟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ଲ୍ୟାପଟପ ବାଣ୍ଟିଲେ ଜିଲ୍ଲାପାଳ

You are currently viewing ଷ୍ଟାର୍ସ ପ୍ରୋଜେକ୍ଟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ଲ୍ୟାପଟପ ବାଣ୍ଟିଲେ ଜିଲ୍ଲାପାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ଅବଦଲ ଏମ. ଅଖତର ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ୧୨ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଷ୍ଟାର୍ସ (STARS) ପ୍ରକଳ୍ପ ଅନ୍ତର୍ଗତ ଲ୍ଯାପଟପ ସହିତ କଥନ ପୁସ୍ତକ ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୁସ୍ମିତା ସାହୁ, ଜିଲ୍ଲା ଅନ୍ତର୍ନିବେଶୀ ସଂଯୋଜକ ବିଜୟ କୁମାର ସାହୁ, କିଶୋରନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୁଣ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଐଶ୍ବର୍ଯ୍ୟା ବେହେରା, ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଛାତ୍ରୀ ରଶ୍ମିତା ପ୍ରଧାନ, ବଅଁରପାଳ ବ୍ଲକ ଅନ୍ତର୍ଗତ ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ଛାତ୍ର ଗୁରୁଚରଣ ଗୋଛାୟତ ଏବଂ ତଳମୂଳ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସୁଦର୍ଶନ ବେହେରା, ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଛେଣ୍ଡିପଦା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୋନାଲି ସ୍ଵର୍ଣ୍ଣପ୍ରଭା ଭୋଇ ଓ ସୁଶ୍ରୀ ପ୍ରଭାସିନୀ ସାହୁ, କଣିହାଁ ବ୍ଲକ ଅନ୍ତର୍ଗତ ହରିହରପୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହରପ୍ରିୟା ସେଠୀ, କିଶୋରେନଗର ବ୍ଲକ ଅନ୍ତର୍ଗତ ସଞ୍ଜାମୁରା ଉଚ୍ଚ ବିଦ୍ୟାଳୟର ଛାତ୍ର ଲକ୍ଷ୍ୟ ନାୟକ ଓ ବଇଣ୍ଡା ମହାବିଦ୍ୟାଳୟର ଛାତ୍ର ତୋଫାନ ଦେହୁରୀ, ପାଳଲହଡା ବ୍ଲକ ଅନ୍ତର୍ଗତ ଶିଗଡ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ର ଶାନ୍ତନୁ ନାୟକ ଏବଂ ତାଳଚେର ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସରୋଜିନୀ ନାଏକ ପ୍ରମୁଖ ଜିଲ୍ଲାପାଳଙ୍କ ଠାରୁ ଲ୍ୟାପଟପ ଗ୍ରହଣ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଅଭିଭାବକ ସହିତ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ସ୍ଥିତ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ରଠାରେ ଲ୍ଯାପଟପ ଚାଳନା ସମ୍ପର୍କିତ ତାଲିମ ଗ୍ରହଣ କରିଥିଲେ। ସମସ୍ତ ବ୍ଲକ ସ୍ତରରେ କାର୍ଯ୍ୟ କରୁଥିବା ଗୋଷ୍ଠୀ ସାଧନ କର୍ମୀ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ସମଗ୍ର ଶିକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply