କୋଇଲା ଚୋରାଚାଲାଣ ବେଳେ ତାଳଚେର ପୋଲିସର ଚଢ଼ଉ: ଟ୍ରକ୍, ବୋଲେରୋ ଜବତ, ୮ ଗିରଫ

You are currently viewing କୋଇଲା ଚୋରାଚାଲାଣ ବେଳେ ତାଳଚେର ପୋଲିସର ଚଢ଼ଉ: ଟ୍ରକ୍, ବୋଲେରୋ ଜବତ, ୮ ଗିରଫ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଧରମପୁର ଅଞ୍ଚଳରେ ଚଢ଼ଉ କରି ପୋଲିସ ଚୋରା କୋଇଲା ବୋଝେଇ ଟ୍ରକ୍ ସହ ଏକ ବୋଲେରୋ ଓ ବାଇକ୍ ଜବତ କରିଛି। ଏଥିସହ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ପୋଲିସ ସୂଚନା ମୁତାବକ, ଧରମପୁର ଜାମ୍ବୁବଣି ରେଲ୍ୱେ ଟ୍ରାକ୍ ନିକଟରେ ପୋଲିସ ଚଢ଼ଉ କରି ଏକ ଟ୍ରକ୍ (ଓଆର୦୫ଏଏସ୍୧୬୯୫) ଜବତ କରିଥିଲା। ଏହି ଟ୍ରକ୍ରେ କୋଇଲା ବୋଝେଇ ହୋଇ ବାହାରକୁ ଚାଲାଣ ହେଉଥିଲା। ଏହି ଟ୍ରକ୍କୁ ପାର୍ କରିବାକୁ ବ୍ୟବହୃତ ବୋଲେରୋ (ଓଡି୦୫ଏପି୨୭୦୫) ଓ ଏକ ବାଇକ୍ ମଧ୍ୟ ଘଟଣାସ୍ଥଳରୁ ଜବତ ହୋଇଥିଲା।

କୋଇଲା ଚୋରା କାରବାର ଅଭିଯୋଗରେ ଷେଣ୍ଢ ଗାଁର ମଙ୍ଗୁଳୁ ନାୟକ, ତାଳଚେରର ମଙ୍ଗୁଳୁ ନାୟକ, ସ୍କଟଲାଣ୍ଡପୁରର ତରୁ ନାୟକ, ଭରତ ନାୟକ, ତାଳବେଡ଼ାର ସୁରତ ବେହେରା, ମୁନା ଦେହୁରୀ, ସମଲ ଟିପୋ ଗ୍ରାମର ଦୁଷ୍ମନ୍ତ ବେହେରା, ତାଳଚେର ସିଂହସାହିର ରତି ଅଳଙ୍କାରସିଂହ ଓ ପର୍ଜଙ୍ଗ ଖାଲପାଳର ସୌଭାଗ୍ୟ ନାୟକଙ୍କୁ ପୋଲିସ ଗିରଫ କରିଥିଲା।

Share

Leave a Reply