ଘରୋଇ କଳହର କରୁଣ ପରିଣତି: ଆମ୍ବତୋଟାରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

You are currently viewing ଘରୋଇ କଳହର କରୁଣ ପରିଣତି: ଆମ୍ବତୋଟାରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ବରସାହି ଗ୍ରାମ ପଞ୍ଚାୟତ ରଙ୍ଗମାଟିଆ ଗାଁ ନିକଟସ୍ଥ ଏକ ଆମ୍ବତୋଟାରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରଙ୍ଗମାଟିଆ ମହାରସାହିର ମେଘୁ ମାହାରଙ୍କ ଝିଅ ସୀମା ମାହାର।

ସୂଚନା ମୁତାବକ, ପାରିବାରିକ କଳହକୁ ନେଇ ସୀମା ସକାଳେ ଘରୁ କୁଆଡ଼େ ପଳାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ରଙ୍ଗମାଟିଆ ଗାଁ ନିକଟସ୍ଥ ଆମ୍ବତୋଟା ତାଙ୍କୁ ବେକରେ ଚୁନୁରି ଲଗାଇ ଝୁଲି ପଡ଼ିଥିବା ଦେଖିଥିଲେ। ଏନେଇ ପରିବାର ଲୋକ ବାଗଡ଼ିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।

Share

Leave a Reply