ଅନୁଗୁଳ : ଅନୁଗୁଳ ବ୍ଲକ ନନ୍ଦପୁର ପଞ୍ଚାୟତର ରାସ୍ତାର ନାମ ହେଲା ଦେବେନ୍ଦ୍ର ମାର୍ଗ। ଆଜି ଏହି ରାସ୍ତା ଉଦଘାଟିତ ହୋଇଥିବା ବେଳେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡଃ ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ନାମିତ ହୋଇଛି। ନନ୍ଦପୁର ପଞ୍ଚାୟତର ମୁଖ୍ୟ ରାସ୍ତାରୁ ମାଧପୁର ଅଙ୍ଗନବାଡ଼ି କେନ୍ଦ୍ର ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ୭୦ ବର୍ଷ ଧରି ହୋଇ ପାରୁନଥିଲା। ରାଜ୍ୟରେ ବିଜେପି ସରକାର ଆସିବା ପରେ ଉକ୍ତ ରାସ୍ତା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ ହୋଇ ଆଜି ଉଦଘାଟିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ ଉପସ୍ଥିତ ରହି ଉକ୍ତ ରାସ୍ତାକୁ ଉଦଘାଟନ କରିଥିଲେ। ଏହି ରାସ୍ତାକୁ ଡଃ ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ଦେବେନ୍ଦ୍ର ମାର୍ଗ ନାମରେ ନାମିତ କରିଛନ୍ତି। କାର୍ଯ୍ୟକ୍ରମରେ ବିଜେପି ନେତା ସରୋଜ ଜେନା, ସରପଞ୍ଚ ଜଗବନ୍ଧୁ ସାହୁ, ସମିତି ସଦସ୍ୟା ସୀତା ନାୟକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
ବଦଳିଲା ନନ୍ଦପୁର ପଞ୍ଚାୟତର ରାସ୍ତାର ନାଁ, ଡଃ.ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ନାମିତ ହେଲା ମାର୍ଗ
- Post published:April 2, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul