ଅନୁଗୁଳ : ଅନୁଗୁଳ ସଭାଘରେ ଶନିବାର ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ହଜାର ହଜାର ବ୍ୟକ୍ତି ଯୋଗ ଦେଇ ଶ୍ରୀ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ଡ. ପ୍ରଧାନଙ୍କ ବିୟୋଗ ସମଗ୍ର ଅନୁଗୁଳ ଜିଲ୍ଲା, ଓଡିଶା ପ୍ରଦେଶ ଓ ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତ ଦେଇଥିଲେ। ସେ ଜଣେ ସ୍ପଷ୍ଟବାଦୀ, ଅମାୟିକ ବ୍ୟକ୍ତିତ୍ୱ, ଦୃଢ଼ ସଂଗଠକ, ଦରଦୀ ମଣିଷ ଥିଲେ ବୋଲି ଶ୍ରଦ୍ଧାଞ୍ଜଳିରେ ମତ ପ୍ରକାଶ ପାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ପୂର୍ବତନ ଉପ ବାଚସ୍ପତି ରଜନୀକାନ୍ତ ସିଂହ, ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ, ପୂର୍ବତନ ବିଧାୟକ ରମେଶ ସାଏ, ପୂର୍ବତନ ବିଧାୟକ ଖଗେଶ୍ବର ବେହେରା, କଂଗ୍ରେସ ଜିଲ୍ଲା ସଭାପତି ଅମ୍ବିକା ଭଟ୍ଟ, ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ପଣ୍ଡିତ ମହେଶ ସାହୁ, ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।