ଚାଲାଣ ବେଳେ ୧୭୦୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, ଗୋଚାଲାଣକାରୀଙ୍କ ଆକ୍ରମଣରେ ୨ ଗୁରୁତର

You are currently viewing ଚାଲାଣ ବେଳେ ୧୭୦୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, ଗୋଚାଲାଣକାରୀଙ୍କ ଆକ୍ରମଣରେ ୨ ଗୁରୁତର

ଅନୁଗୁଳ: ୧୭୦୦ରୁ ଊର୍ଦ୍ଧ୍ବ ଗୋରୁଙ୍କୁ ଚାଲାଣ ବେଳେ ବିରୋଧ କରିବାରୁ ଆକ୍ରମଣର ଶିକାର ହୋଇଛନ୍ତି ଗୋସେବକ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋଳାଗଡ଼ିଆ ଗ୍ରାମ ଜଙ୍ଗଲରେ ଏଭଳି ଘଟଣା ଘଟିଛି। ଗୁରୁତରମାନେ ହେଲେ ଗୋଳାଗାଡ଼ିଆର ପଦ୍ମଚରଣ ଦଣ୍ଡପାଟ୍ଟ ଓ ପରମା ବେହେରା। ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଗୋଳାଗଡ଼ିଆରେ ୧୭୦୦ରୁ ଊର୍ଦ୍ଧ୍ବ ଗୋରୁଙ୍କୁ ଚାଲାଣ କରାଯାଉଥିଲା। ଖବର ପାଇ ଗୋସେବକ ପଦ୍ମଚରଣ ଓ ପରମା ତାଙ୍କୁ ବିରୋଧ କରିଥିଲେ। ଏହି ସମୟରେ ଗୋଚାଲାଣକାରୀ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଦ୍ମଚରଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ଅନ୍ୟପଟେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବାରୁ ଗୋଚାଲଣକାରୀ ମାନେ ଗୋରୁ ମାନଙ୍କୁ ସେଠାରେ ଛାଡ଼ି ଫେରାର ହୋଇ ଯାଇଥିବା ଜଣାଯାଇଛି।

Share

Leave a Reply