ଆଠମଲ୍ଲିକରେ ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଡ. ଜିତେନ୍ଦ୍ର କୁମାର ପାତ୍ର

You are currently viewing ଆଠମଲ୍ଲିକରେ ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଡ. ଜିତେନ୍ଦ୍ର କୁମାର ପାତ୍ର

ଆଠମଲ୍ଲିକ: ଆଠମଲ୍ଲିକରେ ନୂତନ ଉପଜିଲ୍ଲାପାଳ ଭାବେ ଡ. ଜିତେନ୍ଦ୍ର କୁମାର ପାତ୍ର ସୋମବାର ପୂର୍ବାହ୍ନରେ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ଡ. ପାତ୍ର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। ସେ ଓଡ଼ିଶା ପ୍ରଶାସନିକ ସେବା ୨୦୧୧ ବ୍ୟାଚ୍ ଅଧିକାରୀ।

ପୂର୍ବତନ ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ଡ.ପାତ୍ର କହିଛନ୍ତି, ଜନସାଧାରଣଙ୍କ ନିକଟରେ ସମସ୍ତ ସରକାରୀ ସୁବିଧା ପହଞ୍ଚାଇବାକୁ ପ୍ରାଥମିକତା ଦିଆଯିବ। ଏଥି ସହ ସେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।

Share

Leave a Reply