ଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

0

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ପିଟିସି ଖେଳ ପଡିଆରେ ଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ତଥା ଜେଏସ୍‌ପି ଫାଉଣ୍ଡେସନ ସହଯୋଗରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିନ୍ଦଲ କମ୍ପାନୀର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ଯୋଗ ଦେଇ ଓପି ଜିନ୍ଦଲ ଫୁଟବଲ୍
ଟୁର୍ଣାମେଣ୍ଟର ସଫଳତା କାମନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ଡା ଗୌର ଗୋବିନ୍ଦ ସାମନ୍ତ,ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ,ଜିନ୍ଦଲ ସିଏସଆର୍‌ ଅଧିକାରୀ ଆଶୁତୋଷ ମିଶ୍ର,କ୍ରୀଡା ଅଧିକାରୀ ତାପସ କୁମାର ମହାନ୍ତି,ସଂଘର ବରିଷ୍ଠ ସଦସ୍ୟ ପ୍ରଦୀପ ରାଉତ, ଆଡ୍‌ଭୋକେଟ ପ୍ରଦୀପ ଦେବତା,କିଶୋର କର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ ମ୍ୟାଚରେ ନାଲକୋ ଜୁନିଅର ଓ ଚାନ୍ଦ କ୍ଳବ୍‌ ଅନୁଗୁଳ ମଧ୍ୟରେ ଅନୁଷ୍ଠିତ ହେଲା। ଏଥିରେ ସଡନ ଡେଥରେ ନାଲକୋ ୭-୬ ଗୋଲରେ ଚାନ୍ଦ କ୍ଳବ୍‌କୁ ହରାଇଥିଲା।ଦିଲୀପ ରାଉତ ଖେଳ ପରିଚାଳନା କରିଥିଲେ। ଅତିଥି ମାନେ ଆକାଶକୁ ରଙ୍ଗ ବେରଙ୍ଗର ବେଲୁନ ଛାଡ଼ି ଥିଲେ।ବସନ୍ତ ଦାସ ମ୍ୟାଚ କମିଶନର ଦାୟିତ୍ବ ନିର୍ବାହ କରିଥିଲେ ।

Leave A Reply

Your email address will not be published.

error: Content is protected !!