ଅନୁଗୁଳ: ଏକବିଂଶ ଶତାବ୍ଦୀରେ ପ୍ରଥମ ଦଶକରେ ଅନୁଗୁଳ ଜିଲ୍ଲାରେ ଶିଳ୍ପ ବିପ୍ଳବ ଶୀର୍ଷ ସୋପାନରେ ପହଞ୍ଚି ଯାଇଥିଲା। ଜନସାଧାରଣଙ୍କର ମୁଣ୍ଡ ପିଛା ଆୟ ମଧ୍ୟ ବଢ଼ିଥିଲା। ମାତ୍ର ଶିକ୍ଷା କ୍ଷେତ୍ରରେ ଏକ ଅଭାବବୋଧ ପରିଲକ୍ଷିତ ହୋଇଥିଲା ଅନୁଗୁଳବାସୀଙ୍କ ହୃଦୟରେ, ମନରେ, ପ୍ରାଣରେ। ଶିକ୍ଷା ଭଳି ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସରକାରୀ ସ୍ତରରେ ଯେଉଁ ଶିକ୍ଷାଦାନ କରାଯାଉଥିଲା, ତାହା ସାମ୍ପ୍ରତିକ କାଳ ପାଇଁ ପର୍ଯ୍ୟାପ୍ତ ନଥିଲା। ଫଳରେ ସାଧାରଣ ଶିକ୍ଷା ପ୍ରତି ଲୋକମାନେ ବିତସ୍ପୃହ ହୋଇ ଏକ ନୂତନ ବୈଷୟିକ ଶିକ୍ଷା ପ୍ରତି ଆକର୍ଷିତ ହୋଇ ଉଠୁଥିଲେ।
ସ୍କୁଲ୍ରେ ଶିକ୍ଷକଙ୍କ ଅଭାବ,ଶୈକ୍ଷିକ ବାତାବରଣର ଅଭାବ ଏବଂ ପୁସ୍ତକଗତ ବିଦ୍ୟା ବ୍ୟତିରେକ ଅନ୍ୟ କୌଣସି ସୁବିଧା ଉପଲବ୍ଧ ନଥିଲା। ନିଜର ଜୀବନ ଗଢ଼ିବା ପାଇଁ ମାଟ୍ରିକ୍ ପରେ ସରକାରୀ କଲେଜ ହିଁ ଏକମାତ୍ର ଅବଲମ୍ବନ ଥିଲା। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅନୁଗୁଳବାସୀଙ୍କର ସମସ୍ତ ଅଭାବ ପରିପୂରଣ ପାଇଁ ଦେବଦୂତ ଭଳି ଅନୁଗୁଳ ମାଟିରେ ଆବିର୍ଭାବ ହୋଇଥିଲେ ଅନୁଗୁଳର ସଫଳ ତଥା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ବ ଡ. ମହେଶ ଚନ୍ଦ୍ର ଧଳ।
ଶିଳ୍ପ ସମୃଦ୍ଧ ଅନୁଗୁଳ ନଗରୀରେ କେବଳ ଶିକ୍ଷାର ବୈପ୍ଳବିକ ପରିବର୍ତ୍ତନ ନୁହେଁ,ବରଂ ବୈଷୟିକ ଶିକ୍ଷାର ସାମଗ୍ରିକ ଉନ୍ନତି କରି ଛାତ୍ରଛାତ୍ରୀମାନଙ୍କ ଜୀବନକୁ ଉପଯୁକ୍ତ ଭାବରେ ଗଢ଼ି ତୋଳିବା ପାଇଁ ପ୍ରଥମେ ଆରମ୍ଭ ହେଲା। ମା’ବୁଢ଼ୀ ଆଇଟିଆଇ, ଆଲୁମିନିୟମ୍ ଆଇଟିଆଇ, ଆଦର୍ଶ ଆଇଟିଆଇ ଓ ଡାଇମଣ୍ଡ ଆଇଟିଆଇ। ଫଳସ୍ବରୂପ ଏହି ବୈଷୟିକ ଶିକ୍ଷା କେନ୍ଦ୍ରରୁ ହଜାର ହଜାର ଛାତ୍ରଛାତ୍ରୀ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ ଆଜି ସମାଜର ବିଭିନ୍ନ କୋଣରେ ଭିନ୍ନ ଭିନ୍ନ ପଦପଦବୀରେ ଅଧିଷ୍ଠିତ। କେବଳ ଏତିକିରେ ମାନ୍ୟବର ଡ. ଧଳଙ୍କର ଶିକ୍ଷା ପିପାସା ମେଣ୍ଟିନି, ବରଂ ଆଇଟିଆଇ ପରେ ୨୦୦୯ ମସିହାରେ ସ୍ଥାପନ ହେଲା ଆଦର୍ଶ ଇଞ୍ଜିନିୟରିଂ ସ୍କୁଲ୍ ଓ ଆଦର୍ଶ ଇଞ୍ଜିନିୟରିଂ କଲେଜ। ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଗ୍ରହଣ ନିମନ୍ତେ ଡିପ୍ଲୋମା ଓ ବି.ଟେକ୍ରେ ମେକାନିକାଲ୍, ଇଲେକ୍ଟ୍ରିକାଲ୍, ସିଭିଲ୍, କମ୍ପ୍ୟୁଟର ସାଇନ୍ସ, ମାଇନିଂ, କେମିକାଲ୍ ଓ ମେଟୋଲୋଜି ପ୍ରଭୃତି ବିଷୟ ଖୋଲାଯାଇଅଛି। ଏତଦ୍ବ୍ୟତୀତ ଏମ୍ବିଏ, ଏମ୍ଟେକ୍ କୋର୍ସ ଖୋଲାଯାଇ ଛାତ୍ରଛାତ୍ରୀମାନଙ୍କ ଜ୍ଞାନରେ ପରିସୀମା ବୃଦ୍ଧି କରିବା ପାଇଁ ପ୍ରୟାସ କରାଯାଉଅଛି।
ସାଧାରଣ ଶିକ୍ଷା କ୍ଷେତ୍ରରେ ଇଂରାଜୀ ମାଧ୍ୟମ ସ୍କୁଲ୍ରେ ଶିକ୍ଷାର ମାନବୃଦ୍ଧି ପାଇଁ ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ୨୦୧୬ ମସିହାରେ ସିବିଏସ୍ଇ ସହିତ ଅନୁବନ୍ଧିତ ହୋଇ ଆରମ୍ଭ ହେଲା ଆଦର୍ଶ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଓ ସାରଳା ଦେବୀ ଇଣ୍ଟରନ୍ୟାସନାଲ୍ ସ୍କୁଲ୍। ଉକ୍ତ ସ୍କୁଲ୍ ନିଜର ଗୁଣାତ୍ମକ ଶିକ୍ଷାଦାନ ଦ୍ବାରା ଆଜି ଅନୁଗୁଳ ତଥା ଅନୁଗୁଳ ବାହାରେ ଆପଣାର ମହତ୍ତ୍ବ ପ୍ରତିପାଦନ କରିଅଛି। ସେ କେବେ କୌଣସି କାର୍ଯ୍ୟରୁ ବିରତ ହୁଅନ୍ତି ନାହିଁ। ଡ.ଧଳ ମଧ୍ୟ ଏତିକିରେ ଅଟକିଯାଇନାହାନ୍ତି। ଅନୁଗୁଳେର ଶିକ୍ଷାକୁ ଆହୁରି ଦୃଢ଼ୀଭୂତ କରିବାପାଇଁ ପୁଣି ପ୍ରତିଷ୍ଠା କଲେ ଆଦର୍ଶ ପ୍ରଫେସନାଲ୍ ଡିଗ୍ରୀ କଲେଜ। ଯେଉଁ କଲେଜରେ ବିଭିନ୍ନ ପାଠ୍ୟକ୍ରମ ପାଇଁ ବିବିଏ, ବିସିଏ, ବିଏସ୍ସି କମ୍ପ୍ୟୁଟର ସାଇନ୍ସ (ଅନର୍ସ) ଓ ବିଏସ୍ସି (ଆଇଟିଏମ୍)।
ଅନୁଗୁଳ ଏତେ ବଡ଼ ଶିଳ୍ପ ସମୃଦ୍ଧ ଜିଲ୍ଲା ହେଲେ ମଧ୍ୟ ଆଇନ ପାଠ୍ୟ ପଢ଼ିବା ପାଇଁ ଜିଲ୍ଲାରେ କୌଣସି କଲେଜ ନଥିବାରୁ ଡ.ଧଳ ଆଦର୍ଶ କଲେଜ ଅଫ୍ ଲ ସ୍ଥାପନ କଲେ। ଏହି କଲେଜରେ ଏଲ୍ଏଲ୍ବି, ଇଣ୍ଟିଗ୍ରେଟେଡ୍ (୫ ବର୍ଷ) ଓ ଏଲ୍ଏଲ୍ଏମ୍ ପାଠ୍ୟକ୍ରମ ଖୋଲାଯାଇଅଛି। ସାମଗ୍ରିକ ଭାବରେ ଶିକ୍ଷା କ୍ଷେତ୍ରରେ ଯେଉଁ ସୁଦୃଢ଼ ପଦକ୍ଷେପ ଗ୍ରହଣ କରି ଡ. ଧଳ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ତାହା ହିଁ ତାଙ୍କ ବ୍ୟକ୍ତିତ୍ବକୁ ମହନୀୟ ଓ ଊର୍ଜ୍ଜ୍ବସ୍ବଳ କରିଅଛି। ତାଙ୍କର କାର୍ଯ୍ୟଦକ୍ଷତା ଏବଂ ସୁଦରପ୍ରସାରୀ ଚିନ୍ତା-ଚେତନାକୁ ସଦାସର୍ବଦା ପ୍ରେରଣା ଯୋଗାଇ ଆସୁଛନ୍ତି ତାଙ୍କର ଧର୍ମପତ୍ନୀ ସାରଳା ଦେବୀ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ର ଅଧ୍ୟକ୍ଷା ଶ୍ରୀଯୁକ୍ତା ଆର୍ଯ୍ୟସୂତା ଧଳ। ଡ. ଧଳ ଏବଂ ଶ୍ରୀମତୀ ଧଳଙ୍କର ତ୍ୟାଗର ତୁଳନା ନାହିଁ। ତାଙ୍କ କାର୍ଯ୍ୟଦକ୍ଷତାର କଳନା ନାହିଁ।